Breaking PLUSଦେଶମୁଖ୍ୟ ଖବର

ଏକଜିଟ ପୋଲ୍‌ରେ ବିଜେପି ଆଗୁଆ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ ଗ୍ରହଣ ଶେଷ ପରେ ସନ୍ଧ୍ୟାରେ ବୁଥ ବାହୁଡ଼ା ମତ ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ବୁଥ ବାହୁଡା ମତ ଅନୁଯାୟୀ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବ। ୫ଟି ଏଜେନ୍ସିର ହାରାହାରି ଆକଳନ ଅନୁଯାୟୀ ବିଜେପି ବିଧାନସଭାର ମୋଟ ୭୦ଟି ଆସନରୁ ୪୩ଟିରେ ବିଜୟୀ ହେବ। କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ୨୬ଟି ଆସନରେ ସୀମିତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। କଂଗ୍ରେସ ୧ କିମ୍ବା ୨ଟି ଆସନ ପାଇବ। ବିଭିନ୍ନ ପୋଲ୍ ଏଜେନ୍ସି ପକ୍ଷରୁ କରାଯାଇଥିବା ଆକଳନ ମଧ୍ୟରେ ପିପୁଲ୍ସ ପଲ୍ସ କହିଛି ଯେ ବିଜେପି ୫୧ରୁ ୬୦ଟି ଆସନରେ ବିଜୟୀ ହେବ। ଆପ୍ ୧୦ରୁ ୧୯ ଆସନ ପାଇବ। ସେହିପରି ମାଟ୍ରିଜ୍‌ର ଆକଳନ ଅନୁଯାୟୀ ବିଜେପି ୩୫ରୁ ୪୦, ଆପ୍ ୩୨ରୁ ୩୭ ଓ କଂଗ୍ରେସ ଗୋଟିଏ ଆସନ ପାଇବ।

Show More

Related Articles

Back to top button