ଅଲାରନାଥ ଦର୍ଶନ ସମୟରେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ
ଶ୍ରୀଜିଉଙ୍କ ଗୁପ୍ତ ସେବା ପରଠାରୁ ଅଲାରନାଥ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । ଗତ ଶନିବାର ଦିନ ଥିଲା ଦର୍ଶନର ଏକାଦଶ ଦିବସ ଏବଂ ଅଣସର ଦିବସ । ଏହି ଦର୍ଶନ ପାଇ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ହୋଇଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଗରୁ ପ୍ରଶାସନ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତ ରହିଥିଲା । ଏତେମାତ୍ରାରେ ଭକ୍ତଙ୍କ ସମାଗମ ହୋଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା ।
ଶୃଙ୍କଳିତ ଦର୍ଶନ ପାଇଁ ପୋଲିସ ଉଦ୍ୟମ କରଥିଲେ ମଧ୍ୟ ପ୍ରସ୍ଥାନ ଦ୍ୱାର ବାଟ ଦେଇ ପ୍ରବେଶ ପାଇଁ ଶ୍ରଦ୍ଧାଳୁ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ଜାରି ରଖିଥିଲେ । ଏହିପରି ଭାବେ ତିନିପଟୁ ଶ୍ରଦ୍ଧାଳୁ ଧସେଇ ପଶିବାରୁ ସ୍ଥିତି ବିଗିଡିଯାଇଥଲା । ତେବେ ଏହାରି ମଧ୍ୟରେ ସୁଯୋଗ ନେଇ ଚୋରମାନେ ସକ୍ରିୟ ହୋଇ ଉଠିଥିଲେ । ଯାହାଫଳରେ ଭକ୍ତଙ୍କ ଠାରୁ ୧୩ଟି ଦାମୀ ମୋବାଇଲ, ୫ଟି ମନିପର୍ସ ଏବଂ ଗୋଟିଏ ସୁନା ଚେନ୍ ଚୋରି ହୋଇଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି । ମନ୍ଦିର ନିକଟରେ ଥିବା ଅସ୍ଥାୟୀ ଫାଣ୍ଡିରେ ଅଭିଯୋଗ କଲେ ମଧ୍ୟ ଚୋରି ହୋଇଥିବା ଭକ୍ତରାଶ ହୋଇଛନ୍ତି ।