Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ଭବନରେ ଡିଜିପି ପଦକ ପ୍ରଦାନ: ୭୮ ଜଣଙ୍କୁ ସମ୍ମାନିତ କରାଗଲା

ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ।

ପଦକ ପାଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି (ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଅତିରିକ୍ତ ଡିଜି (ମହିଳା ଓ ଶିଶୁ ଅପରାଧ) ଏସ. ସାଇନି, ଆଇଜିପି (ଅପରେସନ) ଡଃ ଦୀପକ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡଙ୍ଗୀ, ଡିଆଇଜିପି ଅଖିଲେଶ୍ଵର ସିଂ, ଡିସିପି (ଭୁବନେଶ୍ୱର) ଜଗମୋହନ ମୀନା, ଡିସିପି (କଟକ) ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସପି ସୁନିଲ କୁମାର ନନ୍ଦ ଓ ଏସପି ଅଶୋକ କୁମାର ଦେହୁରୀଙ୍କ ସମେତ ବିଭିନ୍ନ ବିଭାଗର ଅନେକ ଅଧିକାରୀ ରହିଥିଲେ।

ଏଥିସହିତ, ଭାରତ ସରକାର ଗୃହ ମନ୍ତ୍ରଣାଳୟ ଦ୍ୱାରା ସର୍ବଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ବଡଗଡ ଥାନାର ଇନ୍ସପେକ୍ଟର ବିମଳ କୁମାର କଅଁରଙ୍କୁ ମଧ୍ୟ ଡିଜିପି ପଦକ ପ୍ରଦାନ କରାଯାଇଛି। ଏହି ସମାରୋହରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Show More

Related Articles

Back to top button