ସମ୍ବଲପୁର ଭେଦିକ ଆର୍ନ୍ତଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର/ସମ୍ବଲପୁର,20 ଫେବୃୟାରୀ- ସମ୍ବଲପୁର ଭେଦିକ ଆର୍ନ୍ତଜାତିକ ସ୍କୁଲରେ ରୋବୋଟିକ୍ ସେଣ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରରେ ଭେଦିକ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ୍ ଦ୍ୱାରା ପ୍ରତିଷ୍ଠିତ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ରୋବଟିକ୍ସ ସେଣ୍ଟର’କୁ ଉଦଘାଟନ କରି ଅତ୍ୟନ୍ତ ଆନନ୍ଦିତ । ଭେଦିକ ଗ୍ରୁପ ଶିକ୍ଷାଦାନ ତଥା ପାଠପଢା ପଦ୍ଧତିରେ ନୂଆ ନୂଆ ଟେକ୍ଲୋଲୋଜି ଆପଣାଇଛି । ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଶିକ୍ଷା ଦେଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହି ଶିକ୍ଷାନୁଷ୍ଠାନର ଆଭିମୁଖ୍ୟ ପ୍ରଶଂସନୀୟ । ଆଜି ପରିବର୍ତ୍ତିତ ଟେକ୍ନୋଲଜି ଦୁନିଆରେ ଇଣ୍ଟରନେଟ୍, ଅଗମେଣ୍ଟଡ ରିୟଲିଟି, ଭର୍ଚ୍ଚୁଆଲ ରିୟଲିଟି, ମେସିନ ଲର୍ଣ୍ଣିଂ, ରୋବୋଟିକ୍ସ ସେଣ୍ଟର ଓ ସେମି କଣ୍ଡକ୍ଟର ଭଳି ବିଷୟ ଯୋଡି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଗାମୀ ଦିନରେ ଏହି ସ୍କୁଲରେ ମେଟାଭର୍ସ ଭଳି ଏକବଂଶ ଶତାବ୍ଦୀର ଅତ୍ୟାଧୁନିକ ଲ୍ୟାବ୍ ତିଆରି କରିବା ପାଇଁ ଯୋଜନା ହେଉ । ନୂଆପିଢିଙ୍କର ଦାୟିତ୍ୱ ଆମେ ଯେତେ ନେବା, ଆମ ସମାଜରେ ସମ୍ପନ୍ନତା ସେତେ ବଢିବ ।