ଦୁର୍ଘଟଣାଦେଶସ୍ୱତନ୍ତ୍ର

 ଦିଲ୍ଲୀରେ ବୃଦ୍ଧି ପାଇବାରେ ଲାଗିଛି କୁକୁର କାମୁଡ଼ା ଘଟଣା,ଚିନ୍ତାରେ ଅଞ୍ଚଳବାସୀ

ବୃଦ୍ଧି ପାଇବାରେ ଲାଗିଛି କୁକୁର କାମୁଡ଼ା ଘଟଣା । ଦିଲ୍ଲୀ-ଏନସିଆରରେ ବୃଦ୍ଧି ପାଇବାରେ ଲାଗିଛି କୁକୁର କାମୁଡ଼ିବା ଘଟଣା । ପ୍ରତିଦିନ ୧୦୦ ରୁ ୧୫୦ କୁକୁର କାମୁଡ଼ିବା ମାମଲା ଘଟଣା ସାମ୍ନାକୁ ଆସୁଛି । ଏହି ଘଟଣାରେ କୁକୁର ରଖିବା ପାଇଁ କଡା ନିୟମ ପ୍ରଣୟନ କରାଯିବା ଉଚିତ୍ ବୋଲି ସାଧାରଣରେ ଦାବି ଉଠିଛି । ଅନ୍ୟପଟେ ଗାଜିଆବାଦ ଏବଂ ନୋଏଡାଠାରେ ଘଟିଥିବା ଘଟଣା ଚିନ୍ତାର ବିଷୟ ପାଲଟିଛି ।

ତେଣୁ ଏପରି ପରିସ୍ଥିତିରେ ଦିଲ୍ଲୀରେ କୁକୁର ରଖିବା ପାଇଁ କଣ ନିୟମ ରହିଛି ଏବଂ ଏହାର ଲାଇସେନ୍ସ ପାଇଁ ଦେୟ କେତେ ଦେବାକୁ ପଡିଥାଏ ସେ ବିଷୟରେ ଆସନ୍ତୁ ଜାଣିବା ।

ଦିଲ୍ଲୀରେ ପୋଷା କୁକୁରମାନଙ୍କ ସହ ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ମଧ୍ୟରୁ ପାଖାପାଖି ୨୦ ହଜାରରୁ ଅଧିକ କୁକୁର ଲୋକମାନଙ୍କୁ ଅସୁବିଧାରେ ପକାଉଛନ୍ତି । କୁକୁର କାମୁଡ଼ିବା ପରେ ମ୍ୟୁନିସପାଲିଟି ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ପାଇଁ ପ୍ରତିଦିନ ୧୦୦ ରୁ ୧୫୦ ଲୋକ ସେଠାରେ ପହଞ୍ଚନ୍ତି, କିନ୍ତୁ ସମସ୍ତେ ଡାକ୍ତରଖାନାରେ ରେବିଜ୍ ଇଞ୍ଜେକ୍ସନ ମିଳି ପାରିନଥାଏ ବୋଲି ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତରମାନେ କହିଛନ୍ତି ।

ସେହିପରି ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ ଆକ୍ଟ ୧୯୫୭ ର ଧାରା ୩୯୯ ଅନୁଯାୟୀ, ପ୍ରତ୍ୟେକ ମାଲିକ ତାଙ୍କ ପୋଷା କୁକୁର ପାଇଁ ପଞ୍ଜୀକରଣ ଲାଇସେନ୍ସ ଆବଶ୍ୟକ । କୌଣସି ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ପଞ୍ଜୀକୃତ କରିପାରିବେ ଏବଂ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ ପୋର୍ଟାଲ ଭିଜିଟ୍ କରି ଲାଇସେନ୍ସ ପାଇପାରିବେ । ତେବେ ଏଥିପାଇଁ ପଞ୍ଜୀକରଣ ଶୁଳ୍କ ହେଉଛି ୫ ଶହ ଟଙ୍କା । ଆଉ ଯଦି ପଞ୍ଜୀକୃତ ହୋଇନଥାଏ, ତେବେ ନିଗମ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ପୋଷା କୁକୁରକୁ ଜବତ କରିପାରିବ ।

ଅନ୍ୟପଟେ , ଯଦି ଗୋଟିଏ କୁକୁର ଅତ୍ୟନ୍ତ ହିଂସ୍ର ହୋଇପଡିଛି, ଅର୍ଥାତ୍ ଏହା ବାରମ୍ବାର ଲୋକଙ୍କୁ କାମୁଡ଼େ, ତା’ହେଲେ ଏହାର ରେକର୍ଡ ପ୍ରସ୍ତୁତ କରି ଏହାକୁ ହତ୍ୟା କରାଯାଇପାରିବ ବୋଲି ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତରମାନେ କହିଛନ୍ତି ।

Show More

Related Articles

Back to top button