Breaking PLUSଓଡ଼ିଶାଜୀବନଚର୍ଯ୍ୟାବାଣିଜ୍ୟମୁଖ୍ୟ ଖବରସ୍ୱତନ୍ତ୍ର
ରାଜଧାନୀରେ ଚାଲିବ ଇ-ବସ୍
ଏବେ ରାଜଧାନୀ ଭୁବନେଶ୍ୱର ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ

ଭୁବନେଶ୍ୱର: ଏବେ ରାଜଧାନୀ ଭୁବନେଶ୍ୱର ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରଦୂଷଣ । ଯାହାକୁ ନେଇ ରାଜଧାନୀରେ ଇ-ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ । ଏବଂ ଏହି ଯୋଜନା ୨୦୧୯ରେ କରାଯାଇଥିବା ବେଳେ ଆସନ୍ତା ଏପ୍ରିଲ୍ ମାସରୁ ରାଜଧାନୀ ଭୁବନେଶ୍ୱରରେ ଇ-ବସ୍ ଚଳାଚଳ ହେବ ବୋଲି ସୂଚନା ଦେଇଛି କ୍ରୁଟ୍ । କ୍ରୁଟ୍ ପକ୍ଷରୁ ଏପ୍ରିଲ୍ ମାସ ଆରମ୍ଭରୁ ରାଜଧାନୀରେ ପରୀକ୍ଷାମୂଳକ ଭାବରେ ଚଳାଚଳ ହେବ ୫ଟି ବସ୍ ଏବଂ ଏହା ପରେ ପର୍ଯ୍ୟାୟ କ୍ରମେ ଆହୁରି ୨୦୦ ବସ୍ ସାମିଲ୍ କରାଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି । ଏହି ବସ୍ ଶଦ୍ଦ ଓ ବାୟୁ ପ୍ରଦୂଷଣମୁକ୍ତ ।
ବସର ପ୍ରତି ସିଟ୍ରେ ୟୁଏସ୍ବି ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ ଏବଂ ସିସିଟିଭି କ୍ୟାମେରା ସୁବିଧା ଉପଲବ୍ଧ ରହିବ ।
ରାଜଧାନୀରେ ୨ଶହରୁ ଊର୍ଦ୍ଧ୍ୱ ଇ-ବସ୍ ଚାଲିଲେ ୩୦ପ୍ରତିଶତରୁ ଅଧିକ ପ୍ରଦୂଷଣ କମିପାରିବ ବୋଲି ଅନୁମାନ କରାଯାଉଛି ।