Breaking PLUSଦେଶମୁଖ୍ୟ ଖବର
ଆସାମର ହୈଲାକାନ୍ଦୀରୁ 15 ନକଲି କାଜି ଗିରଫ

ହୈଲାକାନ୍ଦୀ: ହୈଲାକାନ୍ଦୀରୁ 15ଜଣ ନକଲି କାଜିଙ୍କୁ ଗିରଫ କରାଯାଇଛି । ଜିଲ୍ଲାରେ ନକଲି କାଜି ସକ୍ରିୟ ଥିବା ଖବର ମିଳିବା ପରେ ବୁଧବାର ରାତିରେ ଏଏସପିଙ୍କ ନେତୃତ୍ୱରେ ଅଭିଯାନ ଆରମ୍ଭ ହୋଇଥିଲା । ଏହାପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ 15ଜଣ ନକଲି କାଜିଙ୍କୁ ଗିରଫ କରାଯାଇଛି । ଜିଲ୍ଲାର ଲାଲା ଥାନା ଅଞ୍ଚଳରୁ ଅଜିର ଉଦ୍ଦିନ ଲସ୍କର, ସରିଫଉଦ୍ଦିନ ବରଭୁଇୟାଙ୍କୁ ଗିରଫ କରାଯାଇଛି ।
ସେହିପରି ହେଲାକାନ୍ଦୀ ଥାନା ଅଞ୍ଚଳରୁ ନରୁଲ ହକ ଲସ୍କର, ଅବଦୁସ ଅସଲମ ମଜୁମଦାର, ରାମନାଥପୁର ଥାନା ଅଞ୍ଚଳରୁ ଅବଦ୍ଦୁଲା ଚୌଧରୀ, ଅବୁ ବଖର ବରଭୁଇୟା, ଅଲଗାପୁର ଥାନା ଅଞ୍ଚଳରୁ ଆଫତାବ ଉଦ୍ଦିନ ଲସ୍କର, ମୋଇନ ଉଦ୍ଦିନ ଚୌଧରୀ, କାଟଲିଚେରା ଥାନା ଅଞ୍ଚଳରୁ ମୁଜାଫିର ହୁସେନ ମଜୁମଦାର, ପଞ୍ଚଗ୍ରାମ ଥାନା ଅଞ୍ଚଳରୁ ସାହିଦୁଲ ହକ ତଥା ବିଲାଇପୁର ଥାନା ଅଞ୍ଚଳରୁ ଫୈଜ ଉଦ୍ଦିନ ଲସ୍କରଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ବିଭିନ୍ନ ଦସ୍ତାବିଜ ମଧ୍ୟ ଜବତ ହୋଇଛି ।