
ଯୁକ୍ତ୨ ସ୍ପଟ୍ ନାମଲେଖା ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ମେଧା ତାଲିକା । ଶନିବାର ପୂର୍ବାହ୍ନ ୧୧ଟାରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସ୍ପଟ୍ ନାମଲେଖା ପ୍ରକାଶ ପାଇବା ପରେ ୧୨ଟାରୁ ସ୍ପଟ୍ ନାମଲେଖା ଆରମ୍ଭ ହୋଇଛି।
ତେବେ ମିଳିଥିବା ସୂଚନା ଅନୁଯାୟୀ , ୨୦ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବାବେଳେ ପ୍ରଥମ ଦିନରେ ୬୮୫ଜଣ ନାମଲେଖାଇଛନ୍ତି।
୨ଟି ପର୍ଯ୍ୟାୟରେ ନାମ ଲେଖା ସରିବାପରେ ଶନିବାର ସ୍ପଟ ନାମଲେଖା ଆରମ୍ଭ ହେଇଥିଲା । ବର୍ତ୍ତମାନ ଆଉ ୧,୪୨,୫୮୭ ସିଟ୍ ରହିଛି। କଳାରେ ୪୬,୫୧୨ ସିଟ୍ ଖାଲି ଥିବାବେଳେ, ବିଜ୍ଞାନରେ ୫୯,୩୭୧, ବାଣିଜ୍ୟରେ ୨୩,୨୯୯, ସଂସ୍କୃତରେ ୭,୩୭୩ ଓ ଧନ୍ଦାମୂଳକ ଶିକ୍ଷାରେ ୬,୦୩୨ ସିଟ୍ ଖାଲି ରହିଛି।