Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର
କୋଣାର୍କ ଏକ୍ସପ୍ରେସ ଟ୍ରେନ ଧକ୍କାରେ ୫ ମୃତ
ରେଳ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶାଖାପାଟଣା-ପଲାସା ମୁଖ୍ୟ ଲାଇନର ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ୧୨୫୧୫ ନମ୍ବର ସିଲଚର-କୋଇମ୍ବାଟୁର ଏକ୍ସପ୍ରେସ୍ ଟ୍ରେନର ଚେନ୍ ପୁଲିଂ କରି କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ି ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। । ଆହତ ବ୍ୟକ୍ତିଙ୍କୁ କୋଣାର୍କ ଏକ୍ସପ୍ରେସରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନକୁ ନିଆଯାଇ ସେଠାରୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଇଛି। ଏହି ସମୟରେ ମୃତକଙ୍କର ପରିଚୟ ଜଣାପଡ଼ିନାହିଁ।