ଓଡ଼ିଶା
ଶୀତଦିନେ ଟନ୍ସିଲ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଶୀତଋତୁରେ ଅନେକ ଶାରୀରିକ ସମସ୍ୟା ଦେଖାଦିଏ । ସେସବୁ ମଧ୍ୟରୁ ଟନ୍ସିଲ୍ ସମସ୍ୟା ଅଧିକ ହୋଇଥାଏ। ଏପରି ହେବା ଦ୍ୱାରା ଗଳା ଦରଜ ହେବାସହ ଖାଦ୍ୟ ଗିଳିବାରେ ଅସୁବିଧା ହୋଇଥାଏ । କେହି କେହି ଏହାକୁ ଅଣଦେଖା କରିଥାନ୍ତି । କିନ୍ତୁ କେତେକ ଘରୋଇ ଉପଚାର ଦ୍ୱାରା ଏଥିରୁ ମପକ୍ତି ପାଇପାରିବେ ।
ତେବେ ଆସନ୍ତୁ ଜାଣିବା ଏହାର କିଛି ଘରୋଇ ଉପଚାର ସମ୍ପର୍କରେ ।
-ଦିନକୁ ୨ରୁ ୩ଥର ୧ ଗ୍ଲାସ୍ ଉଷୁମ ପାଣିରେ ଏକ ଚୁଟ୍କି ଲୁଣ ପକାଇ ଗର୍ଗଲ୍ କରନ୍ତୁ।
-ଗାଜରରେ ଥିବା ଆଣ୍ଟି ଟକ୍ସିନ୍ ଟନ୍ସିଲ୍ ସମସ୍ୟା ଦୂର କରେ। ତେଣୁ ଗାଜର ରସ ପିଇପାରିେବ।
-ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍ସିଲ୍ ସମସ୍ୟାରୁ ମୁକ୍ତି ମିଳେ।
— ଟନ୍ସିଲ୍ରୁ ରକ୍ଷା ପାଇବା ପାଇଁ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ। ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍କି ଗୋଲମରିଚ ଗୁଣ୍ଡ ପକାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ।
-ଥଣ୍ଡାଦିନରେ ବେକ ଓ କାନକୁ ଘୋଡ଼ାଇ ରଖନ୍ତୁ।
-ତଦିନରେ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରହନ୍ତୁ।