ଓଡ଼ିଶାମୁଖ୍ୟ ଖବର

ମୁଜାଫରନଗରରେ ଏକାସଙ୍ଗେ ଜୀବନ ହାରିଲେ ଗୋଟିଏ ପରିବାରର ୪ ସଦସ୍ୟ

ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏକ ଦୁଃଖଦ ଘଟଣା ସମ୍ମୁଖୀନ ହୋଇଛି। ସିବିଲ ଲାଇନ୍ ଥାନା ଅନ୍ତର୍ଗତ ସରବଟ ମଦନୀଆ କଲୋନୀର ଗୋଟିଏ ଘରୁ ଏକେ ପରିବାରର ଚାରିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତକମାନେ ହେଲେ ଇରସାଦ (୩୨), ତାଙ୍କ ପତ୍ନୀ ନୁରିନ୍ (୨୮), ତାଙ୍କର ଦୁଇ ବର୍ଷର ପୁଅ ଏବଂ ଏକ ମାସର କନ୍ୟା। ସ୍ଥାନୀୟ ପୁଲିସଙ୍କ ସୂଚନା ଅନୁସାରେ, ଇରସାଦ ଜଣେ ରଙ୍ଗ ମିସ୍ତ୍ରୀ ଥିଲେ ଏବଂ ସେ ପରିବାର ସହ ସେଠାରେ ବସବାସ କରୁଥିଲେ।

ଗତକାଲି ଦୀର୍ଘ ସମୟ ଧରି ଘରର କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଇରସାଦଙ୍କ ଭାଇ ନୌଶାଦ ସେଠାକୁ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଭିତରେ ସେ ଚାରିଜଣଙ୍କ ମୃତଦେହ ଦେଖି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ, ସମସ୍ତ ଦିଗରୁ ତଦନ୍ତ ଚାଲିଛି।

Show More

Related Articles

Back to top button