Breaking PLUSଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧ ବିରାମର ଦ୍ୱିତୀୟ ଦିନରେ ଇସ୍ରାଏଲର 8ଜଣ ଶିଶୁ ଓ 5ଜଣ ମହିଳାଙ୍କୁ ମୁକ୍ତ କଲା ହମାସ

ଗାଜା, 26 ନଭେମ୍ବର – କତାରର ମଧ୍ୟସ୍ଥତାରେ ଗାଜାରେ ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଓ ଇସ୍ରାଏଲ ମଧ୍ୟରେ 4ଦିନ ପାଇଁ ଯୁଦ୍ଧ ବିରତି ଲାଗୁ ହୋଇଛି ସତ, ମାତ୍ର ଆଶଙ୍କାର ବାଦଲ ଏବେ ବି ଛାଇ ରହିଛି । ରବିବାର ଯୁଦ୍ଧ ବିରତିର ତୃତୀୟ ଦିନ । କାଲି ସରିବ ଯୁଦ୍ଧ ବିରତିର ସମୟ ଅବଧି । ଯୁଦ୍ଧ ବିରତିର ଦ୍ୱିତୀୟ ଦିନରେ ବନ୍ଧକଙ୍କୁ ମୁକ୍ତ କରିବାର ବେଶ୍ ବିଳମ୍ବ କରିଥିଲା ହମାସ । କିଛି ସମୟ ପାଇଁ ଯୁଦ୍ଧ ବିରତି ଅବଧି ଭାଙ୍ଗିବା ପରି ଲାଗିଥିଲା । ଶେଷରେ ବିଳମ୍ବିତ ରାତିରେ 13ଜଣ ଇସ୍ରାଏଲ ନାଗରିକଙ୍କୁ 50 ଦିନ ବନ୍ଦୀ ପରେ ମୁକ୍ତ କରିଥିଲା ହମାସ । ଏଥିରେ 8ଜଣ ଶିଶୁ, 4ଜଣ ମହିଳା ଓ ଜଣେ ଯୁବତୀ ଥିଲେ ।
ଅନ୍ୟପଟେ ଆଜି ମୁକ୍ତ ହେବାକୁ ଥିବା ବନ୍ଧକଙ୍କ ତାଲିକା ମଧ୍ୟ ଜାରି ହୋଇଛି । ସେମାନଙ୍କର ପରିବାରକୁ ଏନେଇ ଜଣାଇ ଦିଆଯାଇଛି । ଦ୍ୱିତୀୟ ଦିନରେ ହମାସ 4ଜଣ ଥାଇଲାଣ୍ଡ ନାଗରିକଙ୍କୁ ମୁକ୍ତ କରିଛି । ଏବେ ବି ହମାସ କଏଦରେ 195ଜଣ ଲୋକ ବନ୍ଧକ ଅଛନ୍ତି ।

Show More

Related Articles

Back to top button