ଅପରାଧଓଡ଼ିଶାପୂଜା ପାର୍ବଣସ୍ୱତନ୍ତ୍ର

ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ଘଟିଥିବାର ଅନୁମାନ

ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ରୋଷଘରେ ପଶି ଚୂଲି ଭାଙ୍ଗି ଦୁର୍ବୃତ୍ତ ଘଟାଇଛନ୍ତି ହିଂସା କାଣ୍ଡ । ରୋଷଘରର ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ଏପରି କାଣ୍ଡ ହୋଇଥିବା ଅନୁମାନ କରାଯାଉଥିବାବେଳେ ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କେହି  ମହାପ୍ରଭୁଙ୍କ ମହାପ୍ରସାଦ ରନ୍ଧନ ପାଇଁ ବ୍ୟବହୃତ ହେଉଥିବା ଚୂଲିକୁ ଭାଙ୍ଗି ଦେଇଛି । ଏଥିରେ ଚାବି ପଡିଥିବା ଉତ୍ତରପାର୍ଶ୍ୱ ଚୂଲି , ଏମାର ଚୂଲି ଏବଂ ଓଡିଆ ଚୂଲି ସୁରକ୍ଷିତ ଥିବାବେଳେ ୭ ଟି କୋଠଭୋଗ ଏବଂ ଅନ୍ୟ ଚୂଲିଗୁଡିକ ସଂମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ତେବେ କଡା ସୁରକ୍ଷା ବଳୟ ଭିରରେ ଥାଇ ମଧ୍ୟ ଏପରି ଅଘଟଣ କିପରି ଘଟିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି ।

ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମ ସମ୍ମୁଖରେ ଖୁବ୍ ଶୀଘ୍ର ମାମଲାର ତଦନ୍ତ କରାଯିବ ବୋଲି କହିଛନ୍ତି ।

 

Show More

Related Articles

Back to top button