ଓଡ଼ିଶା

ଇତିହାସ ରଚିଲା ଇସ୍ରୋ, ନାନୋସାଟେଲାଏଟ ସହ ଓସେନସେଟ ସାଟେଲାଇଟର ସଫଳ ଉତକ୍ଷେପଣ

ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ ପକ୍ଷରୁ ୯ଟି ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହି ୯ଟି ସାଟେଲାଇଟ ମଧ୍ୟରେ ରହିଛି ମୁଖ୍ୟ ସାଟେଲାଇଠ EOS-06 ଓ ୮ଟି ନାନୋସାଟେଲାଇଟ ।

ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ୫୬ରେ ଓସେନସେଟ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ମଧ୍ୟରେ ଭାରତ ଓ ଭୁଟାନର ଜଏଣ୍ଟ ସାଟେଲାଇଟ ରହିଛି । ଏହି ଭୁଟାନସେଟ ସାଟେଲାଇଟରେ ରିମୋଟ ସେନସିଂ କ୍ୟାମେରା ଲାଗିଛି । ଏହାଦ୍ବାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ଏହି ସାଟେଲାଇଟର ଓଜନ ରହିଛି ପ୍ରାୟ ଏକ ହଜାର କିଲୋ । ପୂର୍ବରୁ ଓସେନସେଟ ସାଟେଲାଇଟ-୩କୁ ଅଗଷ୍ଟରେ ଲଞ୍ଚିଂ ପାଇଁ ଧ୍ୟାର୍ଯ୍ୟ କରାଯାଇଥିଲାବେଳେ କିଛି ସମସ୍ୟା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ଯାହାକି ଆଜି ସଫଳ ହୋଇପାରିଛି ।

ତେବେ ସବୁଠୁ ବଡ କଥା ହେଉଛି ଏହି ସାଟେଲାଇଟ ରେଲଓ୍ବେ ଟ୍ରାକ, ବ୍ରିଜ୍, ସଡ଼କର ବିକାଶ କ୍ଷେତ୍ରରେ କାମରେ ଆସିବ । ଏଥିସହ ସମୁଦ୍ର କ୍ଷେତ୍ରରେ ବିଭିନ୍ନ ସ୍ଥିତି ସମ୍ପର୍କରେ ମଧ୍ୟ ଏହା ସୂଚନା ମିଳିବ ।

Show More

Related Articles

Back to top button