Breaking PLUSଓଡ଼ିଶାମୁଖ୍ୟ ଖବର
11.30ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ବାଲେଶ୍ୱର

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ। ତାତିରେ କଲବଲ ହେଉଛନ୍ତି ଗାଁଠୁ ସହର ଲୋକେ। ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ୱର। ଏଠାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହପରି ଭୁବନେଶ୍ୱରରେ ୩୯.୯ ଡିଗ୍ରୀ, ଚାନ୍ଦବାଲି ୩୯.୪ ଡିଗ୍ରୀ, ଝାରସୁଗୁଡା ୩୮.୮ଡିଗ୍ରୀ, ସମ୍ବଲୁପରରେ ୩୮.୩ ଡିଗ୍ରୀ ରେକର୍ଡ ହୋଇଛି।
ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୫ଦିନ ଯାଏ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ। ଆଜି ପାଇଁ ଅଧା ଓଡ଼ିଶାକୁ ହିଟ୍ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।