
ଶବ୍ଦ ପ୍ରଦୂଷଣ ହୃଦଘାତର ଏକ ପ୍ରମୁଖ କାରଣ । ବିମାନବନ୍ଦର ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅଧିକ ହୃଦଘାତ ହେବାର ଭୟ ରହିଛି । ବିମାନବନ୍ଦର ଅଞ୍ଚଳ ଓ ଅଧିକ ଶବ୍ଦ ପ୍ରଦୂଷଣ ଅଞ୍ଚଳରେ ରହୁଥିବା ୨୦ଜଣ ହୃଦରୋଗୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି । ଏପରିକି ୩୦ ଡେସିବଲରୁ ଅଧିକ ଶଦ୍ଦ ହୃଦଘାତର କାରଣ ହୋଇପାରେ ବୋଲି ଆମେରିକାର ଏକ ହୃଦରୋଗ ଗବେଷଣା ସଂସ୍ଥା ମେଡିକ୍ସ ତାର ତଥ୍ୟରେ କହିଛି। ଆପଣ କୋଳାହଳ ପୂର୍ଣ୍ଣ ସ୍ଥାନରେ ବସବାସ କରୁଛନ୍ତି କି ? ମାନେ ଆପଣଙ୍କ ଘରର ଅତି ପାଖରେ କଳକାରଖାନା, ବସ ଟ୍ରକ ଟ୍ରେନ, ବିମାନ ଚଳାଚଳ କରୁଛନ୍ତି କି ? ରାତିରେ ଶୋଇବା ବେଳେ ଆପଣ ୩୦ ଡେସିବଲରୁ ଅଧିକ ଶବ୍ଦ ହେଉଛି କି ? ତେବେ ହୋଇଯାଆନ୍ତୁ ସାବଧାନ । ଆପଣ ହୃଦଘାତର ଶିକାର ହୋଇପାରନ୍ତି । ବିମାନବନ୍ଦର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ୭୦ପ୍ରତିଶତ ଲୋକ ହୃଦଘାତର ଶିକାର ହେବା ଆଶଙ୍କା ରହିଛି । ଆମେରିକା ନ୍ୟୁ ଜର୍ସିର ମେଡିକ୍ସ ନାମଙ୍କ ଗବେଷଣା ସଂସ୍ଥା ଏଭଳି ସାଂଘାତିକ ତଥ୍ୟ ଦେଇଛି । ଏଥିରେ କୁହାଯାଇଛି ବିମାନବନ୍ଦର ଅଞ୍ଚଳ ଓ ଅଧିକ ଶଦ୍ଦ ପ୍ରଦୁଷଣ ଅଞ୍ଚଳରେ ରହୁଥିବା ୨୦ଜଣ ହୃଦରୋଗୀଙ୍କ ମଧ୍ୟରୁ ପ୍ରତି ମୁହୁର୍ତ୍ତରେ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି ।
ବିଶେଷ କରି ଗମ୍ଭୀର ନିଦ୍ରାରେ ଶୋଇଥିବା ବେଳେ ଯଦି ହଠାତ ପ୍ରଚଣ୍ଡ ଶବ୍ଦ ହୁଏ ତେବେ ଏହା ହୃଦଘାତର କାରଣ ହୋଇପାରେ । ଆମେରିକାର ଗବେଷକ ତଥା ହୃଦରୋଗ ବିଶେଷଜ୍ଞ ପ୍ରଫେସର ଅବେଲ ମୋରିସ କହିଛନ୍ତି ବ୍ଲଡ ପ୍ରେସର, ମଧୁମେହ ଭଳି ହୃଦରୋଗ ପାଇଁ ବାୟୁ ପ୍ରଦୁଷଣ ଓ ଶଦ୍ଦ ପ୍ରଦୁଷଣ ବହୁ ମାତ୍ରାରେ ଦାୟୀ । ଯେଉଁ ଅଞ୍ଚଳରେ ୬୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି ହୁଏ ସେ ଅଞ୍ଚଳକୁ ଶବ୍ଦ ପ୍ରଦୂଷିତ ଅଞ୍ଚଳ ବୋଲି ଧରାଯାଏ । ଏପରିକି ଅଧିକ ଶବ୍ଦ ରକ୍ତଚାପ ବୃଦ୍ଧିର କାରଣ ମଧ୍ୟ ହୋଇଥାଏ । ଶବ୍ଦ ପ୍ରଦୂଷଣ ନିଦ୍ରାହୀନତା, ଚିଡିଚିଡା ପଣ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଶାନ୍ତ ପରିବେଶ ଅପେକ୍ଷା ଶଦ୍ଦ ପ୍ରଦୁଷିତ ଓ ଯାନବାହନ ଗହଳି ସ୍ଥାନଗୁ଼ଡିକରେ ହୃଦଘାତ ଜନିତ ମୃତ୍ୟୁ ହାର ୨ ଗୁଣା ଅଧିକ । ଶାନ୍ତ ପରିବେଶରେ ରହୁଥିବା ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୯୩୮ଜଣଙ୍କ ମୃତ୍ୟୁ ହୃଦଘାତରେ ହେଉଥିବା ବେଳେ ଶବ୍ଦ ପ୍ରଦୁଷିତ ଅଞ୍ଚଳରେ ସେହି ୧ଲକ୍ଷ ଲୋକଙ୍କ ମଧ୍ୟରୁ ୩ହଜାର ୩୩୫ଜଣଙ୍କ ହୃଦଘାତରେ ମୃତ୍ୟୁ ହେଉଥିବା ଗବେଷଣା ତଥ୍ୟରୁ ଜଣାପଡିଛି।