Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ୧୮ ସହରରେ ୪୦ ଡିଗ୍ରୀ ପାର

୪୪.୫ ଡିଗ୍ରୀ ସହ କଲବଲ ହେଲା ବୌଦ୍ଧ

ରାଜ୍ୟର କିଛି ସ୍ଥାନରେ ଖରାର ପ୍ରକୋପ ସାଧାରଣ ଥିବା ବେଳେ ପୁଣି ପ୍ରଚଣ୍ଡ ତାତିରେ କଲବଲ ହୋଇଛି ବୌଦ୍ଧ । ଆଜି ବୈଦ୍ଧରେ ୪୪.୫ ଡିଗ୍ରୀ ତାପମାତ୍ରା ରେକ୍ଡ କରାଯାଇଥିବା ବେଳେ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଆଜି ରାଜ୍ୟର ଉପକୂଳ ଅଞ୍ଚଳରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳିଛି ।

ଆଜି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନ୍‌ପୁର ଓ ଅନୁଗୋଳରେ ୪୩.୫ ଡିଗ୍ରୀ, ଝାରସୁଗୁଡ଼ା, ସୁନ୍ଦରଗଡ ଓ ବଲାଙ୍ଗୀରରେ ୪୩ ଡିଗ୍ରୀ, ସମ୍ୱଲପୁର, ଦେବଗଡ଼ରେ ୪୨.୫ ଡିଗ୍ରୀ, ଫୁଲବାଣୀରେ ୪୨.୪ ଡିଗ୍ରୀ, ଟିଟିଲାଗଡରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୪ ଡିଗ୍ରୀ, ନୟାଗଡ଼, ଯାଜପୁର, ଭବାନୀପାଟଣାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Show More

Related Articles

Back to top button