Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ବଢୁଛି ତାପମାତ୍ରା

୨ ଦିନ ବର୍ଷା ପରେ ଗାଏବ ହୋଇଯିବ ଶୀତ !

ରାଜ୍ୟରେ ମେଘୁଆ ପାଗ ରହିବା ସହ ବର୍ଷା ହେବ । ପଶ୍ଚିମା ଝଡ଼ ପ୍ରଭାବରେ ବଙ୍ଗୋପସାଗରରୁ ରାଜ୍ୟକୁ ଅଧିକ ମାତ୍ରାରେ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରିବ । ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ହେବ । କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଶୁକ୍ରବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ହେବାର ଆଶଙ୍କା ରହିଛି । ସେପଟେ ରାଜ୍ୟରୁ ଶୀତ କମିବା ଆରମ୍ଭ ହୋଇଛି । ରାତି ତାପମାତ୍ରା ବଢ଼ିବା ସହ ଦିନରେ ଗରମ ଅନୁଭୂତ ହୋଇଛି । ମଙ୍ଗଳବାର ପାରାଦୀପରେ ରାତି ତାପମାତ୍ରା ସର୍ବାଧିକ ୨୦.୬ ଡିଗ୍ରୀ ରହିଛି । ପୁରୀରେ ରାତି ତାପମାତ୍ରା ୨୦.୫ ଡିଗ୍ରୀ, ଗୋପାଳପୁରରେ ୧୭.୬, ଭୁବନେଶ୍ୱରରେ ୧୬, ଚାନ୍ଦବାଲିରେ ୧୬, ଛତ୍ରପୁରରେ ୧୫, ରାୟଗଡ଼ାରେ ୧୪.୬, ପାରଳାଖେମୁଣ୍ଡିରେ ୧୪.୫ ଡିଗ୍ରୀ ରହିଛି । ଅନ୍ୟପକ୍ଷରେ ବୁଧବାର ୧୫ ସହରର ତାପପାତ୍ରା ୩୦ ଡିଗ୍ରୀ ଟପିଛି । ଟିଟିଲାଗଡ଼ରେ ସର୍ବାଧିକ ୩୨ ଡିଗ୍ରୀ ସେଲ୍‌ସିୟସ୍‌ ଥିବାବେଳେ ବଲାଙ୍ଗୀର ଓ ସୋନପୁରରେ ୩୧.୮, ଅନୁଗୁଳ ୩୧.୭, ଚାନ୍ଦବାଲି ଓ କଟକ ୩୧.୬, ଭବାନୀପାଟଣା ୩୧.୫, ଭୁବନେଶ୍ୱର ୩୧.୨, ତାଳଚେର, ନୟାଗଡ଼ ଓ ବୌଦ୍ଧ ୩୧, ସମ୍ବଲପୁର ୩୦.୭, ଝାରସୁଗୁଡ଼ା ୩୦.୪, ଯାଜପୁର ୩୦.୨ ଏବଂ ହୀରାକୁଦରେ ୩୦.୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button