ଓଡ଼ିଶାପାଣିପାଗ

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ଥର ବୃଦ୍ଧି

ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ଥର ବୃଦ୍ଧି ।  ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଠି । ଗତକାଲି ଠାରୁ ଜାଂଜଗିର ସମେତ, ବଲୋଦାବାଜାର ଓ ରାୟଗଡ଼ା ଆଦି ଜିଲ୍ଲାରେ ଅନବରତ ବର୍ଷା ଲାଗି ରହିଛି ।

ଜାଂଜଗିର ଚାମ୍ପାରେ ସ୍ଥିତି ସଂଗିନ। ଛତିଶଗଡ଼ର ରାଜଧାନୀ ରାୟପୁର ସହ ଜଂଜଗିର ଚାମ୍ପା ଜିଲ୍ଲାର ଯୋଗାଯୋଗ ବିଛିନ୍ନ ହୋଇଛି। ବଲୋଦା ବାଜାର ଓ ବିଳାସପୁର ସହ ବି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାର ଖବର ମିଳିଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଶତାଧିକ ପରିବାର ଘର ଛାଡ଼ିଲେଣି। ମହାନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକେ ଚିନ୍ତାରେ ଅଛନ୍ତି ।

Show More

Related Articles

Back to top button