Breaking PLUSଦେଶ ବିଦେଶମୁଖ୍ୟ ଖବର
ଭାରତୀୟ ବଂଶୋଦ୍ଭବ ହେଲେ ନ୍ୟୁୟର୍କର ମେୟର

ଭାରତୀୟ ବଂଶୋଦ୍ଭବ ହେଲେ ନ୍ୟୁୟର୍କର ମେୟର । ଜୋହରାନ ମମଦାନୀ ନ୍ୟୁୟର୍କର ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏହି ବିଜୟ ସହିତ ଜୋହରାନ୍ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି । ବିଜୟ ହେବା ପରେ ନିଜର ପ୍ରଥମ ଭାଷଣରେ ଜୋହରାନ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ପୁଅ ଜୋହରାନ ମମଦାନୀ ୬୫୦,୦୦୦ରୁ ଅଧବକ ଭୋଟ କିମ୍ବା ପ୍ରାୟ ୫୧.୨ ପ୍ରତିଶତ ଭୋଟ ସହିତ ନିର୍ବାଚନରେ ବିଜୟୀ ହୋଇ ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହୋଇଛନ୍ତି ।



