Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ରାଷ୍ଟ୍ରୀୟ ପ୍ରେସ ଦିବସ

ଆଜି ହେଉଛି ରାଷ୍ଟ୍ରୀୟ ପ୍ରେସ ଦିବସ । ଦେଶ ସ୍ୱାଧିନ ହେବା ପରେ ବହୁ ସମସ୍ୟା ଦେଇ ଗତିକରୁଥିଲା । ସବୁ କ୍ଷେତ୍ରରେ ଆମକୁ ଆଗକୁ ବଢିବାର ଥିଲା । ଦେଶର କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଁଚିବାର ଥିଲା । ତେଣୁ ସ୍ଵାଧିନତାର ୯ବର୍ଷ ପରେ ୧୯୫୬ ମସିହାରେ ଦେଶରେ ପ୍ରେସ କମିଶନ ତିଆରି କରିଥିଲେ ଭାରତର ସରକାର । କମିଶନ ତିଆରି ହେଲା ପରେ ବିଭିନ୍ନ କ୍ଷେତ୍ରକୁ ତର୍ଜମା କରି ଭାରତ ସରକାରଙ୍କ ନିକଟରେ ଅନେକ କିଛି ଦାବି ଓ ସୁପାରିଶ କରିଥିଲେ ପ୍ରେସ କମିଶନ । ସେଥି ମଧ୍ୟରୁ ଗୁରୁତ୍ୱପୁର୍ଣ୍ଣ ସୁପାରିଶ ଥିଲା ପ୍ରେସ କାଉଁସିଲ ଗଠନ । ପରେ ପ୍ରେସ କମିଶନଙ୍କ ସୁପାରିସ ଆଧାରରେ ୧୯୬୬ ରେ ପାର୍ଲାମେଣ୍ଟରେ ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା । ୧୯୬୬ ଜୁଲାଇ ୪ରେ ପାର୍ଲାମେଣ୍ଟ ଅନୁମୋଦନ ମିଳିଥିଲେ ମଧ୍ୟ ବିଧିବଦ୍ଧ ଭାବରେ ୧୯୬୬ ନଭେମ୍ବର ୧୬ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେଣୁ ସବୁ ବର୍ଷ ନଭେମ୍ବର ୧୬କୁ ଭାରତରେ ରାଷ୍ଟ୍ରୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଛି । ପ୍ରେସ ଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶରେ ହେଉଥିବା ସାମାଜିକ , ରାଜନୈତିକ ତଥା ଦେଶର ସମସ୍ୟା ଏବଂ ଭଲ ମନ୍ଦ ଖବର ସବୁକୁ ଆଇନା ହୋଇ ଲୋକଙ୍କ ପାଖରେ ପହଁଚାଇବା ।

Show More

Related Articles

Back to top button