ଅପରାଧଆଇନ କାନୁନଦେଶ

ବାପା ସାଜିଲା କଂସେଇ,ପାଠ ନପଢିବାରୁ ୪ବର୍ଷର ଝିଅକୁ ହତ୍ୟା

ବାପା ସାଜିଲା କଂସେଇ । ପାଠ ନପଢିବାରୁ ୪ବର୍ଷର ଝିଅକୁ ପିଟିପିଟି ହତ୍ୟା ।  ହତ୍ୟା ପରେ ମୃତଦେହକୁ ଗାଲୁଡିହ ରେଳ ଷ୍ଟେସନ ନିକଟ ବୁଦା ଭିତରକୁ ଫିଙ୍ଗି ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରଖଣ୍ଡର ପାରସୁଦିହର ବାରିଗୋଡା ଠାରେ । ମୃତ ବାଳିକା ହେଲା ଘିତିକା ମହଟୋ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମୃତଦେହକୁ ଗାଲୁଦି ଷ୍ଟେସନ ନିକଟରୁ ଉଦ୍ଧାର କରି ଉଭୟ ବାପା-ମାଙ୍କୁ ଗିରଫ କରି ପଚରାଉଚରା କରିଥିଲା । ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିଥିଲା ।

ପୋଲିସର ସୂଚନାନୁସାରେ, ଜୁଲାଇ ୪ ତାରିଖ ରାତି ୮ ଟାରେ ପୋଲିସକୁ ଅଭିଯୁକ୍ତଙ୍କ ପଡୋଶୀଙ୍କ ତରଫରୁ ସୂଚନା ମିଳିଥିଲା ଯେ, ବାରିଗୋଡାର ରାମ ଗଣେଶ ସିଂଙ୍କ ଘରେ ଭଡାଟିଆ ଉତ୍କଳ ମାଝୀ ଏବଂ ତାଙ୍କ ପତ୍ନୀ ଅଞ୍ଜନା ମହତୋ ଜୁନ୍ ୨୯ରେ ଝିଅ ଘିତିକାଙ୍କୁ ବାନ୍ଧି ମାଡ ମାରିଥିଲେ ।  ହତ୍ୟା ପରେ ସେ ମୃତଦେହକୁ ନେଇ କୌଣସି ସ୍ଥାନରେ ଲୁଚାଇ ରଖିଥିଲା । ୨୯ ଜୁନ୍ ଠାରୁ ସେମାନେ ଘରେ ନଥିଲେ, କିନ୍ତୁ ହଠାତ୍ ୪ ଜୁଲାଇରେ ସେମାନେ ନିଜ ଝିଅ ବିନା ଫେରି ଆସିଥିଲେ । ବାସିନ୍ଦାଙ୍କ ସନ୍ଦେହରେ ପୋଲିସ ରାତି ପ୍ରାୟ ୯ଟା ସମୟରେ ବାରିଗୋଡାସ୍ଥିତ ରାମ ଗଣେଶ ସିଂଙ୍କ ଘରେ ପହଞ୍ଚି ଉତ୍କଳ ମାଝୀ ଏବଂ ତାଙ୍କ ପତ୍ନୀ ଅଞ୍ଜନା ମହତୋଙ୍କୁ ପଚରାଉଚରା ଆରମ୍ଭ କରିଥିଲା ।ପ୍ରଥମେ ସେ କହିଥିଲେ ଯେ ତାଙ୍କ ଝିଅ ଅସୁସ୍ଥ ଥିଲା । ଅସୁସ୍ଥତା ପରେ ସେମାନେ ତାଙ୍କୁ ଜରଗ୍ରାମକୁ ଚିକିତ୍ସା ପାଇଁ ନେଉଥିଲେ, ଯେଉଁଠାରେ ସେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେମାନେ ମୃତଦେହକୁ କବର ଦେଇଥିଲେ।

ପରେ ବାଳିକାଟିର ବାପା ପୋଲିସ ଆଗରେ ସ୍ୱୀକାର କରିଥିଲେ ଯେ, ପାଠ ନପଢିବାରୁ ଝିଅକୁ ବାନ୍ଧି ମାଡ ମାରିଯାଇଥିଲା । ପରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ କବର ଭିତରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ପରେ ନାବାଳିକାର ପିତାମାତାଙ୍କୁ ପୋଲିସ ଗିରଫ କରିଥିଲା ।ଉଭୟ ବୋଡାମର କାଦାମଜୋଡା ବାସିନ୍ଦା । ବାରିଗୋଡାରେ ଭଡାରେ ରହୁଥିଲେ । ପାରସୁଦିହର ବାରିଗୋଡା ଠାରେ ତାଙ୍କ ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତଙ୍କ ସହ ପତ୍ନୀ ନିଖୋଜ ହୋଇଯାଇଥିଲେ ।

Show More

Related Articles

Back to top button