
ବିନା ଏଟିଏମ୍ କାର୍ଡରେ ବି ଆପଣ ଉଠାଇପାରିବେ ଟଙ୍କା। ଏଟିଏମ୍ କାର୍ଡ ବିନା ଏଟିଏମ୍ରୁ ଟଙ୍କା ଉଠାଇବା ନେଇ ନୂଆ ନିୟମ ଜାରି କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଦେଶର ସବୁ ବ୍ୟାଙ୍କଗୁଡ଼ିକରେ ଏହାକୁ ଲାଗୁ କରିବାକୁ RBI ନିର୍ଦ୍ଦେଶ ଦେଇଛି। ମେ ୧୯ ତାରିଖରେ ଏନେଇ RBI ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ସମସ୍ତ ବ୍ୟାଙ୍କ ଏଟିଏମ୍ ନେଟୱର୍କ ଓ ହ୍ୱାଇଟ ଲେବଲ ଏଟିଏମ ଅପରେଟର୍ସ(WLAOs) ଓ ନିଜର ଏଟିଏମ୍ରେ ଇଣ୍ଟ୍ରାପରେବଲ କାର୍ଡଲେସ୍ କେଶ୍ ୱିଡ୍ରାଲ(ICCW) ସୁବିଧା ଉପଲବ୍ଧ କରାନ୍ତୁ।
ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ବିନା କାର୍ଡରେ ଟଙ୍କା ଉଠାଇବା କିପରି ସମ୍ଭବ? ହଁ ସମ୍ଭବ। ୟୁପିଆଇ ଦ୍ୱାରା ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ। ଏବ ବୁଝନ୍ତୁ ପୂରା ସିଷ୍ଟମ… ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ। ସପ୍ତାହର ୭ଦିନ ୨୪ ଘଣ୍ଟା ଏହି ସୁବିଧା ଉପଲବ୍ଧ ହେବ।
ଏହି ସିଷ୍ଟମରେ ଆପଣଙ୍କୁ ମୋବାଇଲ୍ ପିନ୍ ଜେନେରେଟ୍ କରିବାକୁ ପଡ଼ିବ। ତେବେ କେବଳ ଗ୍ରାହକ ନିଜେ ଟଙ୍କା ଉଠାଇପାରିବେ। ଏଥିରେ ଟଙ୍କା ଉଠାଣର ସୀମା ୫ ହଜାର ରହିବ।
କେମିତି କାମ କରିବ ଏହି ସିଷ୍ଟମ ?
୧- ଗ୍ରାହକଙ୍କୁ ଏଟିଏମ୍ ମେସିନ୍ରେ ୱିଡ୍ରାଲ ବିକଳ୍ପ ବାଛିବାକୁ ପଡ଼ିବ।
୨- ଏଟିଏମ୍ ସ୍କ୍ରିନ୍ରେ ୟୁପିଆଇ ଅପ୍ସନ ଦେଖାଯିବା ପରେ ସେଥିରେ କ୍ଲିକ୍ କରିବାକୁ ହେବ।
୩- ଏହାପରେ ସ୍କ୍ରିନ୍ରେ QR କୋଡ୍ ଡିସ୍ପ୍ଲେ ହେବା ପରେ ନିଜ ମୋବାଇଲ୍ରେ ୟୁପିଆଇ ପେମେଣ୍ଟ ଆପ୍କୁ ଯାଇ QR କୋଡ୍ ଖୋଲି ସ୍କାନ କରିବାକୁ ହେବ।
୪- ଏହାପରେ ଆପଣଙ୍କୁ ଯେତେ ଟଙ୍କ ଉଠାଇବାର ଅଛି ତାହା ଭରନ୍ତୁ। ଏହାପରେ ୟୁପିଆଇ ପିନ୍ ଦେଇ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ।
୫-ଏହାପରେ ଆପଣଙ୍କ ଟଙ୍କା ଏଟିଏମ୍ରୁ ୱିଡ୍ରାଲ ହୋଇଯିବ।