ମୁଖ୍ୟ ଖବରରାଜନୀତି

ବ୍ରାଜିଲ୍‌ର ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ୩୯ତମ ରାଷ୍ଟ୍ରପତି ହେଲେ ଲୁଲା

ରବିବାର ଦିନ ବ୍ରାଜିଲ୍‌ର ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ୩୯ତମ ରାଷ୍ଟ୍ରପତି ହେଲେ ଲୁଲା ନାମରେ ସୁପରିଚିତ ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା । ତୀବ୍ର ପ୍ରତିଦ୍ବନ୍ଦ୍ବିତ‌ାରେ ଲୁଲା ସମ୍ପ୍ରତି ବ୍ରାଜିଲ୍‌ର ରାଷ୍ଟ୍ରପତି ଥିବା ଉଗ୍ର ଦକ୍ଷିଣପନ୍ଥୀ ବୋସୋନାରୋଙ୍କୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି।

‘ସୁପ୍ରିମ୍‌ ଇଲେକ୍ଟୋରାଲ୍‌ କୋର୍ଟ ଅଫ୍‌ ଦି କଣ୍ଟ୍ରି’ କହିବା ଅନୁସାରେ, ବୋଲ୍‌ସୋନାରୋ ୪୯.୧% ଭୋଟ୍‌ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍‌ ପାଇଛନ୍ତି।

ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍‌ର ରାଷ୍ଟ୍ରପତି ହେବେ। ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଦୁଇ ପାଳି ବ୍ରାଜିଲ୍‌ର ରାଷ୍ଟ୍ରପତି ହୋଇଥିଲେ।

ରବିବାର ରାତିରେ ଦେଇଥିବା ଭାଷଣରେ ଲୁଲା କହିଛନ୍ତି, ବିଭାଜିତ ହୋଇଯାଇଥିବା ଦେଶକୁ ସେ ଏକତ୍ର କରି ସୁନିଶ୍ଚିତ ହେବେ ଯେ, ବ୍ରାଜିଲୀୟମାନେ କଦାପି ଉଠାଇବା ଅନୁଚିତ ଥିବା ଅସ୍ତ୍ର ପରିହାର କରିଛନ୍ତି।

ଏହାଛଡ଼ା, ଆମେଜନ୍‌ ଉଷ୍ମମଣ୍ଡଳୀୟ ଅରଣ୍ୟ ସଂରକ୍ଷଣ ଏବଂ ବୈଶ୍ବିକ ବାଣିଜ୍ୟକୁ ଆହୁରି ନିରପେକ୍ଷ କରିବା ନିମନ୍ତେ ସେ ଆନ୍ତର୍ଜାତିକ ସହଯୋଗ ଲୋଡ଼ିଛନ୍ତି ବୋଲି ‘ରଏଟର୍ସ’ ରିପ‌ୋର୍ଟ କରିଛି।

 

Show More

Related Articles

Back to top button