Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ

ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ। ଲକ୍ଷ୍ମୀ ବସସେବାକୁ ବିରୋଧ କରାଯାଉଛି। ଜିଲ୍ଲାରେ ଚାଲୁଥିବା ଟାୟାର ୨ ଲକ୍ଷ୍ମୀ ବସ୍ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ। ବସ୍ ଚାଲୁନଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ତେବେ ଟାୟାର-୨ ଲକ୍ଷ୍ମୀବସ୍ ଚଳାଚଳ କରିବା ଯୋଗୁଁ ଘରୋଇ ବସରେ ଯାତ୍ରୀମାନେ ଯାଉନାହାଁନ୍ତି। ଫଳରେ ଘରୋଇ ବସ ମାଲିକମାନେ ବହୁ କ୍ଷତି ସହୁଥିବା ଅଭିଯୋଗ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button