କାଲିଠୁ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ଫେବୃଆରୀ ୨୦(ମଙ୍ଗଳବାର ଠାରୁ) ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁଯାଉଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ୩ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଓ ଦୁର୍ଗମ ଅଂଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ସକାଳ ସାଢେ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରାଯିବ । ୮ଟା ୧୫ ମିନିଟ ପରେ ଆଉ କାହାକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ । ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୧୬ରେ ଖାତା ଦେଖା ହୋଇ ୩୦ ତାରିଖରେ ଶେଷ ହେବ ।
ଚଳିତ ବର୍ଷ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଏ.ଆଇ କ୍ୟାମେରା ବ୍ୟବହାର କରାଯିବ ।