Breaking PLUSଓଡ଼ିଶାମୁଖ୍ୟ ଖବର

ଜଟଣୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ

ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍। ରେଡ୍‌ ବେଳେ ଖଟ ତଳୁ ମିଳିଛି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର। ଖଟ ତଳେ ଗଦି ମରାଯାଇ ରଖା ଯାଇଥିଲା ଖାଲି ପାଞ୍ଚ ଶହ ଟଙ୍କିଆ ବିଡା। ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ମିଳିଛି ଏହି ନଗଦ ୧୭ ଲକ୍ଷ ଟଙ୍କା। ଏହା ସହ ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧ ନିର୍ମିତ କୋଠା ଘରେ ବି ଚାଲିଛି ଚଢାଉ। ସେହିପରି ଲାଞ୍ଜିପଲ୍ଲୀଠାରେ ରହୁଥିବା ସୂର୍ଯ୍ୟମଣିଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢ଼ାଉ କରିଛି। ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ ଜାରି ରହିଛି। ଗଞ୍ଜାମ ଜିଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି। ନଗଦ ଟଙ୍କା ସହ ଦେଢ ଶହ ଗ୍ରାମର ସୁନା ଅଳଙ୍କାର ଦିନ ୧୨ଟା ସୁଦ୍ଧା ଜବତ ହୋଇଛି। ଟଙ୍କା ଓ ଗହଣାକୁ ଛାଡି ଦେଲେ ଭୁବନେଶ୍ବରରେ ୩ଟି ଅତି ଦାମୀ ଫ୍ଲାଟ୍, ବ୍ରହ୍ମପୁରରେ ୨ଟି ତିନି ତାଲା କୋଠାଘର ମଧ୍ୟ ଠାବ ହେଲାଣି। ଆହୁରି ଗଣତି ଓ ସନ୍ଧାନ ଚାଲିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button