Breaking PLUSଦେଶମୁଖ୍ୟ ଖବର
ମୁମ୍ବାଇ-ଥିରୁଅନନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

ଥିରୁବନ୍ତପୁରମ-ମୁମ୍ବାଇ-ଥିରୁବନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ । କେରଳର ଥିରୁବନ୍ତପୁରମ ବିମାନବନ୍ଦରରେ ଅବତରଣ ପୂର୍ବରୁ ଏକ ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଧମକ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିମାନବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା କରିବା ସହିତ ମୁମ୍ବଇରୁ ଥିରୁଭାନନ୍ଥପୁରମ ଆସିଥିବା ଉକ୍ତ ବିମାନକୁ ପୃଥକ ଭାବେ ଅଲଗା ସ୍ଥାନରେ ରଖାଯାଇଛି। ମୁମ୍ବାଇରୁ ଆସିଥିବା ଏହି ବିମାନ ଗୁରୁବାର ସକାଳେ ଥିରୁବନ୍ତପୁରମ ବିମାନବନ୍ଦରରେ ପହଞ୍ଚିଥିଲା। ବିମାନ ଅବତରଣ କରିବାର କିଛି ସମୟ ପୂର୍ବରୁ ସକାଳ ପ୍ରାୟ ସାଢ଼େ ୭ଟାରେ ପାଇଲଟଙ୍କୁ ଫୋନ ଜରିଆରେ ବିମାନକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା।