Breaking PLUSଓଡ଼ିଶାମୁଖ୍ୟ ଖବର
ଅଲାରନାଥଙ୍କ ପୀଠରେ ଚଳିତବର୍ଷ ମଧ୍ୟ ବନ୍ଦ ରହିବ ଅନବସର ଦର୍ଶନ
କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ମନ୍ଦିର ରେ ଠାକୁରଙ୍କ ଅନବରସ ଦର୍ଶନ ଭକ୍ତଙ୍କ ପାଇଁ ବାରଣ କରାଯାଇଛି ।

କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥ ମନ୍ଦିର ରେ ଠାକୁରଙ୍କ ଅନବସର ଦର୍ଶନ ଭକ୍ତଙ୍କ ପାଇଁ ବାରଣ କରାଯାଇଛି ।
କରୋନା କଟକଣା ମଧ୍ୟରେ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେଣୁ ଆଜି ଠାରୁ ଜୁଲାଇ ୯ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ଲାଗୁ କରାଯିବ ଏବଂ ମନ୍ଦିର ଚାରିପଟେ ବ୍ୟରିକେଟ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଗତକାଲି ସେବାୟତ ମାନଙ୍କ ସହ ଆଲୋଚନା କରି ପୁରୀ ଜିଲ୍ଲାପାଳ ଏପରି ନିଷ୍ପତି ନେଇଛନ୍ତି ।