Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟମୁଖ୍ୟ ଖବର

ଆରମ୍ଭ ହେଲା ‘ଓଡ଼ିଆ ପକ୍ଷ’, ପାରମ୍ପରିକ ପୋଷାକ ପରିଧାନକୁ ପ୍ରୋତ୍ସାହନ

ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଛି। ଏହା ଅବସରରେ ସାରା ରାଜ୍ୟରେ ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ଏହି କ୍ରମରେ ଏପ୍ରିଲ ୨ ଓ ୩ ତାରିଖରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ “ଆମ ପୋଷାକ ଆମ ପରିଚୟ” ଅଭିଯାନ ଅନୁସାରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ କରାଯିବ। ଏନେଇ ସମସ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି।

ଓଡ଼ିଶାର ହସ୍ତତନ୍ତ କେବଳ ଏକ ଶିଳ୍ପ ନୁହେଁ, ବରଂ ରାଜ୍ୟର ସାଂସ୍କୃତିକ ଐତିହ୍ୟର ଅଂଶ। ଏହି ପରିପ୍ରେକ୍ଷିତରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବାକୁ ଓ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଯାଇଛି।

ସେହିପରି ଲୋକମାନେ ହସ୍ତତନ୍ତ ବସ୍ତ୍ର ପରିଧାନ କରି ସେଲ୍ଫି ଉଠାଇ ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ। ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ବୟନିକା, ଉତ୍କଳିକା, ରେଶମ ଓଡ଼ିଶା ଓ ସମ୍ବଲପୁରୀ ବସ୍ତ୍ରାଳୟରେ ହସ୍ତତନ୍ତ ବସ୍ତ୍ର କ୍ରୟରେ ୨୦% ସହ ଅତିରିକ୍ତ ୧୦% ରିହାତି ମିଳୁଛି।

ଏହାଛଡ଼ା ଏପ୍ରିଲ ୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ, ଏବଂ ଶ୍ରମ ବିଭାଗ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ଆୟୋଜିତ ହେବ।

ଓଡ଼ିଆ ସଂସ୍କୃତିକୁ ଯୁବପିଢ଼ି ସହିତ ପୁନଃ ସଂଯୋଜନ କରିବା ଓ ବିଶ୍ୱସ୍ତରରେ ପ୍ରଚାର କରିବା ଲକ୍ଷ୍ୟରେ ଏହି ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଛି। ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରତିଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି।

Show More

Related Articles

Back to top button