Breaking PLUSଓଡ଼ିଶାମୁଖ୍ୟ ଖବର
ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ-ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର- ରାଜ୍ୟରେ ୧୯୯୨ ଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ୧୯୯୨ରେ କଟକରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୦୧ରେ ପୁରୀରେ ୨୦, ୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୯ ନିର୍ବାଚନ ବେଳେ ଭଦ୍ରକ ତିହିଡ଼ିରେ ୭ ଜଣଙ୍କ ମୃତ୍ୟୁ । ଗ୍ରାମାଞ୍ଚଳରେ ଅଛି ୪୩୩ଟି ଦେଶୀଭାଟି, ୨୨୭ କୋଟିର ରାଜସ୍ୱ ଆଦାୟ । ପାଉଚ ଉତ୍ପାଦନ ପାଇଁ ୪୯୦ ମଦଭାଟିକୁ ଲାଇସେନ୍ସ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୨୩ କୋଟି ଲିଟର ମହୁଲି ମଦ ପ୍ରସ୍ତୁତ ହେଉଛି।