Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୫୧୯୭ ଗୋଟି ଗାଁ ଓ ପଡା ଗ୍ରାମକୁ ନାହିଁ ରାସ୍ତା- ମନ୍ତ୍ରୀ

ଭୁବନେଶ୍ୱର, 11 ମାର୍ଚ୍ଚ – ରାଜ୍ୟରେ ୫୧୯୭ ଗୋଟି ଗାଁ ଓ ପଡା ଗ୍ରାମକୁ ନାହିଁ ରାସ୍ତା । ବିଧାନସଭାରେ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉତର ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନସୁଦ୍ଧା ୫୧୯୭ ଗୋଟି ଗ୍ରାମ ଓ ପଡା ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ । ୨୦୨୪-୨୫ ବର୍ଷରେ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିମାନଙ୍କ ଦ୍ବାରା ଉପରୋକ୍ତ ସର୍ବେକ୍ଷଣ କରାଯାଇ ଅଣସଂଯୋଜିତ ଗ୍ରାମ/ ପଡାମାନଙ୍କୁ ଚିହ୍ନଟ କରାଯାଇଅଛି ।

ଏହି ଅଣସଂଯୋଜିତ ଗ୍ରାମ ଓ ପଡୋ ଗ୍ରାମଗୁଡିକୁ ମନରେଗା, ସିଏଫସି/ଏସଏଫସି, ଏମଲ୍ୟାଡ, ଏମଏଲଏଲ୍ୟାଡ ଓ ସରକାରଙ୍କର ଅନ୍ୟାନ୍ୟ ଯୋଜନା ଦ୍ବାରା ସଂଯୋଗୀକରଣ କରାଯାଉଅଛି । ସରକାରଙ୍କର ନୂତନ ଯୋଜନା ବିଜିବିଓ ଦ୍ବାରା ଏହି ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତା ଯୋଗାଯୋଗ କରିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଅଛି । ବିଜିବିଓ ଯୋଜନାରେ ଶତକଡା ୩୫ ଭାଗ ଅର୍ଥ ରାସ୍ତା ନିର୍ମାଣ ଓ ମରାମତି କରାଯାଇପାରିବ ।

Show More

Related Articles

Back to top button