ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ
ଧୀରେଧୀରେ ସୁସ୍ଥ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ
ଧୀରେଧୀରେ ସୁସ୍ଥ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ତାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଆସନ୍ତା କାଲି ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତ କିଛିଦିନ ଧରି କମଳାଙ୍କ ଝାଡା ଏବଂ ଜ୍ୱର ହୋଇଥିବାରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଏହାପରେ ଶାରୀରିକ ଅସୁସ୍ଥତା ଓ କିଡନୀ ସମସ୍ୟା ଯୋଗୁଁ ଗତ ବୁଧବାର କଟକ SCBକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ଖୋଦ୍ ପଦ୍ମଶ୍ରୀ କମଳା ପୂଜାରୀ ।