Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ବାଇଡେନ୍ ଦମ୍ପତିଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦେଶର ପ୍ରଥମ ମହିଳା ତଥା ବାଇଡେନଙ୍କ ପତ୍ନୀ ଜିଲ ବାଇଡେନଙ୍କୁ ଭେଟିଛନ୍ତି ମୋଦୀ। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉପହାର ପ୍ରଦାନ କରିଛନ୍ତି।
ରାଷ୍ଟ୍ରପତି ବାଇଡେନଙ୍କୁ ମୋଦୀ ରୁପାରେ ଖୋଦିତ ଏକ ଟ୍ରେନର ମଡେଲକୁ ଉପହାରସ୍ଵରୂପ ପ୍ରଦାନ କରିଛନ୍ତି। ସେହିପରି ଜିଲ୍ ବାଇଡେନଙ୍କୁ କାଶ୍ମୀରୀ ପାସମିନା ସାଲ ଦେଇଛନ୍ତି। ଉଭୟେ ବାଇଡେନ ଦମ୍ପତି ଉପହାର ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।