Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ପଣା ସଂକ୍ରାନ୍ତି ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ। ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ଏହି ଅବସରରେ ସମସ୍ତଙ୍କର ସୁଖସମୃଦ୍ଧି କାମନା କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ, ପବିତ୍ର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୁଁ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ରାଷ୍ଟ୍ରପତି କହିଛନ୍ତି ଯେ, ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ । ଆନନ୍ଦ ଉଲ୍ଲାସର ଏହି ପର୍ବ ଆମକୁ ଆମ ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଥାଏ । ଏହି ଅବସରରେ ସମସ୍ତଙ୍କର ସୁଖସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button