Breaking PLUSଦେଶମୁଖ୍ୟ ଖବର

ସିବିଏସଇର ସଫଳ ଛାତ୍ରଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ- ସିବିଏସଇ ଦ୍ୱାଦଶ ଶ୍ରେଣୀର ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ପ୍ରିୟ ଏକଜାମ ୱାରିୟର୍ସ, ଆପଣ ସମସ୍ତଙ୍କୁ ଶୁଭେଚ୍ଛା, ଯେଉଁମାନେ ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ସଫଳତାପୂର୍ବକ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋତେ ଆପଣଙ୍କ ଉପଲବ୍ଧି ଓ ଆପଣଙ୍କ ଅକଥ ସମର୍ପଣ ଉପରେ ବହୁତ ଗର୍ବ ହୋଇଛି । ମୁଁ ଆପଣଙ୍କ ସମର୍ଥକ ପରିବାର ଓ ସମର୍ପିତ ଶିକ୍ଷକଙ୍କ ପ୍ରୟାସକୁ ବି ସ୍ୱୀକାର କରୁଛି, ଯେଉଁମାନଙ୍କ ଅତୁଟ ସମର୍ଥନ ଏହି ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗକୁ ଉଦ୍ୟମ ପାଇଁ ଶୁଭକାମନା ।
ସେ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି ଯେ, ସେହି ମେଧାବୀ ଛାତ୍ରଙ୍କ ପାଇଁ, ଯେଉଁମାନେ ବି ବିଶ୍ୱାସ କରନ୍ତି ଯେ ସେମାନେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଧିକ ହାସଲ କରିପାରିଥାନ୍ତେ-ମନେ ରଖ, ଏହା ଆପଣଙ୍କ ଯାତ୍ରାରେ କେବଳ ମାତ୍ର ଏକ ମାଇଲଖୁଂଟ ଅଟେ । ଆପଣଙ୍କ ଭବିଷ୍ୟତ ଅସୀମିତ ସମ୍ଭାବନାରେ ଭରିରହିଛି । ତାହା ଉପରେ ଧ୍ୟାନକେନ୍ଦ୍ରିତ କର, ଯାହା ଆପଣଙ୍କୁ ଉତ୍ସାହିତ ଓ ପ୍ରେରିତ କରିଥାଏ । ଆପଣଙ୍କ ଅଦ୍ୱିତୀୟ ପ୍ରତିଭା ଆପଣଙ୍କୁ ସଫଳତା ଓ ସନ୍ତୁଷ୍ଟି ଅଭିମୁଖେ ନେଇଯିବ । ଆଗକୁ ବଢୁଥାଅ ।

Show More

Related Articles

Back to top button