Breaking PLUSଓଡ଼ିଶାମୁଖ୍ୟ ଖବର

ଦୀପାଳିଙ୍କ ଉପରେ ଚାପ ପକାଉଛି ବିଜେଡି- ପ୍ରଦୀପ ପୁରୋହିତ

ଭୁବନେଶ୍ୱର- ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ସାଙ୍ଘାତିକ ଅଭିଯୋଗ। ନବଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି । ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଏ ଭିତରେ ଫସିଯିବେ। ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି ।

ଯଦି ସରକାର କରିବା କଥା ସେ ନିଜେ କରିବେ । ତୁ ଏଥିରେ ପଶନି । ଦୀପାଳି ଦାସ ବିଜେଡିର ଚାପ କାରଣରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ପାରୁନାହାନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା। ଜଣେ ଆଇଏଏସ୍ ଅଧିକାରୀ ଥିଲେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ସେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଥିଲା । ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ଭିତରେ ବୁଝାମଣା ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button