Breaking PLUSଓଡ଼ିଶାମୁଖ୍ୟ ଖବର

ରାଷ୍ଟ୍ରପତିଙ୍କ ଶ୍ରୀଜୀଉ ଦର୍ଶନ କାର୍ଯ୍ୟକ୍ରମ ଚୂଡାନ୍ତ

ପୁରୀ- ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ୪ ତାରିଖ ଦିନ ରାଷ୍ଟ୍ରପତିଙ୍କ ନୀତି ନିର୍ଘଣ୍ଟ ଚିଠା ପ୍ରସ୍ତୁତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ପୂର୍ବଦିନ ଅର୍ଥାତ ୩ ତାରିଖରେ ରାତି ୧୨ଟାରେ ପହୁଡ଼ନୀତି ସମାପନ ପାଇଁ ସ୍ଥିର ହୋଇଛି। ସେହିପରି ୪ ତାରିଖ ଭୋର ୫ଟାରୁ ଦ୍ବାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ସକାଳ ୫ଟା ୩୦ରେ ଭିତରଶୋଧ, ୬ଟାରେ ମଙ୍ଗଳ ଆଳତି,୬ଟା ୩୦ରେ ମଇଲମ, ୭ଟାରେ ତଡ଼ପଲାଗି, ୭ଟା ୪୫ରେ ଅବକାଶ, ୮ଟାରେ ରୋଷ ହୋମ ଏବଂ ୮ଟା ୩୦ରେ ଶ୍ରୀଜୀଉଙ୍କ ବେଶ ଶେଷ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ରାଷ୍ଟ୍ରପତି ୧୦ଟା ୧୫ରୁ ପ୍ରାୟ ୧୧ଟା ମଧ୍ୟରେ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଅବଶିଷ୍ଟ ଦୈନନ୍ଦିନ ନୀତି ସମ୍ପାଦନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାଷ୍ଟ୍ରପତି ଗର୍ଭ ଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭ ଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି।

Show More

Related Articles

Back to top button