Breaking PLUSଦେଶମୁଖ୍ୟ ଖବର

ଦଶ ବର୍ଷରେ ପ୍ରଥମ ଅବସର ଯେତେବେଳେ ସଂସଦ ଅଧିବେଶନ ପୂର୍ବରୁ ବିଦେଶରୁ ନିଆଁ ଲଗାଇବା ପାଇଁ ହୋଇନି ଉଦ୍ୟମ- ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଜଟ ଅଧିବେଶନ ପୂର୍ବରୁ ଆଶା ବ୍ୟକ୍ତ କରିଛନ୍ତି ଯେ, ସରକାର ଓ ସଂସଦ ଦେଶର ଆକାଂକ୍ଷା ବଜେଟ ଅଧିବେଶନରେ ପୂରଣ କରିବ । ଏହାସହିତ ସେ ଏହା ଉପରେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି ଯେ, ଏଥର ସଂସଦ ଅଧିବେଶନ ପୂର୍ବରୁ ବିଦେଶରୁ ଉସକାଇବା ପାଇଁ ଉଦ୍ୟମ ହୋଇନି ।
ପ୍ରଧାନମନ୍ତ୍ରୀ ମୋଦି ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ପରାମ୍ପରାଗତ ଭାବେ ମିଡିଆକୁ ସଂବୋଧିତ କରିଛନ୍ତି । ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ସରକାର ଓ ସଂସଦ ଦେଶର ଆଶା ଆକାଂକ୍ଷାକୁ ବଜେଟ ଅଧିବେଶନରେ ପୂରଣ କରିବେ । ଏହାସହିତ ଏହି ବଜେଟ ଅଧିବେଶନରେ ସମସ୍ତ ସାଂସଦ ବିକଶିତ ଭାରତକୁ ଦୃଢତା ଦେବା ପାଇଁ ନିଜ ଯୋଗଦାନ ଦେବେ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟର ଆରମ୍ଭରେ ମହାଲକ୍ଷ୍ମୀଙ୍କୁ ପ୍ରଣାମ କରିଥିଲେ ଏବଂ ଧନ, ସଂପଦା ଓ ସମୃଦ୍ଧିର ଦେବୀ ଲକ୍ଷ୍ମୀ ସମସ୍ତଙ୍କ ଉପରେ କୃପା କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ସେ କହିଛନ୍ତି ଯେ, ମାଆ ଲକ୍ଷ୍ନୀ ଆମକୁ ସିଦ୍ଧି, ବିବେକ, ସମୃଦ୍ଧି ଓ କଲାଣ ପ୍ରଦାନ କରନ୍ତୁ । ମୁଁ ପ୍ରାର୍ଥନା କରୁଛି ଯେ, ଦେଶର ସମସ୍ତ ଗରିବ ଏବଂ ମଧ୍ୟମ ବର୍ଗୀୟ ସମୁଦାୟ ଉପରେ ମାଆ ଲକ୍ଷ୍ମୀଙ୍କ ବିଶେଷ କୃପା ରହୁ ।
ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଧିବେଶନ ଓ ବଜେଟ ଲୋକଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ସୃଷ୍ଟି କରିବ ଏବଂ ନୂଆ ଶକ୍ତି ଦେବ । ସେମାନେ ବିଶ୍ୱାସରେ କହିପାରିବେ ଯେ, 2047ରେ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବା ଅବସରରେ ବିକଶିତ ଭାରତ ସଂକଳ୍ପ ପୂରଣ ହେବ ।
ତାଙ୍କ ଭାଷଣ ଶେଷରେ ସେ କହିଛନ୍ତି ଯେ, ଭାରତୀୟ ରାଜନୀତିରେ ବିଦେଶୀ ଦଖଲ ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, 2014ରୁ ନେଇ ଏବେ ସୁଦ୍ଧା ବୋଧେ ଏହା ପ୍ରଥମ ସଂସଦ ଅଧିବେଶନ ଅଟେ, ଯାହାର ଦିନେ କିମ୍ବା ଦୁଇଦିନ ପୂର୍ବରୁ କୌଣସି ବିଦେଶୀ ନିଆଁ କୁହୁଳିନାହିଁ. ବିଦେଶରୁ ନିଆଁ ଲଗାଇବା ପାଇଁ ଉଦ୍ୟମ ହୋଇନି । ମୁଁ 2014ରୁ ଦେଖୁଛି ଯେ, ପ୍ରତି ଅଧିବେଶନ ପୂର୍ବରୁ ବଦମାସୀ କରିବା ପାଇଁ ଲୋକେ ପ୍ରସ୍ତୁତ ହୋଇ ବସୁଥିଲେ ଏବଂ ଏଠାରେ ସେମାନଙ୍କୁ ପବନ ଦେବା ଲୋକଙ୍କର ଅଭାବ ନଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହି ଅଧିବେଶନ ବିଶେଷ କରି ଯୁବ ସାଂସଦଙ୍କ ପାଇଁ ସେମାନଙ୍କ କଥା ରଖିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅବସର ପ୍ରଦାନ କରିବ । ସଦନରେ ଯୁବ ସାଂସଦ ଯେତିକି ସଚେତନାତା ଓ ଅଂଶୀଦାର ବଢାଇବେ, ବିକଶିତ ଭାରତର ଫଳ ସେମାନଙ୍କୁ ସାମ୍ନାରେ ଦେଖିବାକୁ ମିଳିବ । ଏଥିପାଇଁ ଯୁବ ସାଂସଦଙ୍କ ପାଇଁ ଏହା ଏକ ଅମୂଲ୍ୟ ସୁଯୋଗ ଅଟେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button