Breaking PLUSଦେଶ ବିଦେଶମୁଖ୍ୟ ଖବର

ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନୀ ଚ୍ୟାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରେନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ।

ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନୀ ଚ୍ୟାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରେନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ମାକ୍ରେନ ୬୪ ପ୍ରତିଶତ ସହ ଦ୍ୱିତୀୟ, ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ତୃତୀୟ(୬୩ ପ୍ରତିଶତ) ସ୍ଥାନରେ ରହିଛନ୍ତି । ଆମେରିକାର ଡାଟା ଇଂଟେଲିଜେନ୍ସି ଫାର୍ମ ମର୍ଣ୍ଣିଂ କନସଲ୍ଟ ୧୩ଟି ଦେଶର ସରକାରୀ ନେତାଙ୍କୁ ନେଇ ଏହି ସର୍ଭେ କରିଥିଲା ।

ଆଞ୍ଜେଲା ମୋର୍କେଲ ୪ର୍ଥ ଏବଂ ବାଇଡେନ ୫ମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ୪୮ ପ୍ରତିଶତ ସହିତ ଷଷ୍ଠ, ୪୫ ପ୍ରତିଶତ ସହିତ ସପ୍ତମ ସ୍ଥାନରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ ରହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୪୧ ପ୍ରତିଶତ ସହିତ ଅଷ୍ଟମ , ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାର ୩୯ ପ୍ରତିଶତ ସହିତ ନବମ, ୩୮ ପ୍ରତିଶତ ସହିତ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଦଶମ, ୩୫ ପ୍ରତିଶତ ସହିତ ଏକାଦଶ ସ୍ଥାନରେ ସ୍ପେନର ପ୍ରଧାନମନ୍ତ୍ରୀ, ୩୪ ପ୍ରତିଶତ ସହିତ ଦ୍ୱାଦଶ ସ୍ଥାନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୨୫ ପ୍ରତିଶତ ସହ ତ୍ରୟୋଦଶ ସ୍ଥାନରେ ରହିଛନ୍ତି।

Show More

Related Articles

Back to top button