ଆଇନ କାନୁନସ୍ୱତନ୍ତ୍ର

ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ ସଂପର୍କରେ ତଥ୍ୟ ଦେଲେ ମିଳିବ ପୁରସ୍କାର

ଏଣିକି ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ ସଂପର୍କରେ ତଥ୍ୟ ଦେଲେ ମିଳିବ ପୁରସ୍କାର । ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଏବା ଏକ ନୂଆ ପ୍ରୟାସ । ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଉଦବେଗଜନକ ଭାବେ କମୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ ସଂପର୍କରେ ତଥ୍ୟ ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ୩ଟି ପର୍ଯ୍ୟାୟରେ ମିଳିବ ଏହି ପୁରସ୍କାର ରାଶି । ସୂଚନାର ସଠିକତା ଯାଞ୍ଚ ପରେ ମିଳିବ ୧୦ହଜାର ଟଙ୍କା । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହେଲେ ମିଳିବ ଆଉ ୧୦ ହଜାର ।ଦୋଷୀ ସାବ୍ୟସ୍ତ ହେବା ପରେ ସୂଚନାଦାତାଙ୍କୁ ମିଳିବ ତୃତୀୟ କିସ୍ତି ।

ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସବୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ତଥ୍ୟ ପ୍ରଦାନକାରୀଙ୍କ ପାଇଁ ସୃଷ୍ଟି କରାଯିବ ବିଶ୍ବସ୍ତ ନେଟଓ୍ବର୍କ । ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ସୂଚନା ମିଳିବା ପରେ ପଦକ୍ଷେପ ନେବ ଜିଲ୍ଲା ଟାସ୍କ ଫୋର୍ସ ।

 

Show More

Related Articles

Back to top button