ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ

ମସ୍କୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଅସୁସ୍ଥ ହୋଇପଡିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ନିକଟରେ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏବେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିବା ନେଇ ଚର୍ଚ୍ଚା ହେଉଛି। ବ୍ରିଟିସ୍ ଗଣମାଧ୍ୟମ ‘ବ୍ରିଟେନ ଏକ୍ସପ୍ରେସ’ର ଏକ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ପୁଟିନଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ହାତରେ ଅଜବ ଚିହ୍ନଁ ସବୁ ରହିଛି। ଏଥିସହ ତାଙ୍କ ହାତର ରଙ୍ଗ ମଧ୍ୟ କଳା ପଡିଯାଇଛି। ଫଟୋରେ ପୁଟିନ ରୋଗୀଣା ଦେଖାଯିବା ସହ ତାଙ୍କ ହାତରେ ଏକ ଅଜବ ପ୍ରକାରର କଳା ଚିହ୍ନଁ ଦେଖିବା ପାଇଁ ମିଳୁଛି। ଶିରା ଭିତରେ ଇଞ୍ଜେକସନ୍ ନେଇ ନେଇ ପୁଟିନଙ୍କ ଶରୀରରେ ଏଭଳି ଚିହ୍ନ ସୃଷ୍ଟି ହୋଇଥିବା କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଅବସରପ୍ରାପ୍ତ ବ୍ରିଟିସ ସେନା ଅଧିକାରୀ ତଥା ହାଉସ୍ ଅଫ୍ ଲର୍ଡସର ସଦସ୍ୟ ରିଚାର୍ଡ ଡାନାଟ୍ ‘ସ୍କାଏ ନ୍ୟୁଜ’ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ପୁଟିନଙ୍କ ଏହି ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଇଚଇ ଆରମ୍ଭ ହୋଇଛି। ରୁଷର ରାଷ୍ଟ୍ରପତି ପୂରା ସୁସ୍ଥ ଅଛନ୍ତି କି ନାହିଁ ସେ ସମ୍ପର୍କରେ ଏକ ସୂଚନା ସର୍ବସାଧାରଣ କରାଯିବା ଉଚିତ। ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ୍ ଯେତେ ଫିଟ୍ ଓ ସୁସ୍ଥ ବୋଲି ଦେଖାଉଛନ୍ତି ପ୍ରକୃତ ପକ୍ଷରେ ସେ ସେତିକି ଫିଟ୍ ଓ ସୁସ୍ଥ ନାହାନ୍ତି। ତାଙ୍କ ହାତ ଉପରେ ଦେଖାଯାଉଥିବା କଳା ଦାଗ ହେଉଛି ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଇଞ୍ଜେକସନ୍ ନେବାର ଚିହ୍ନଁ। ଯେତେବେଳେ ଶରୀରର ଅନ୍ୟ ଅଙ୍ଗରେ ଇଞ୍ଜେକ୍ସନ୍ ଦିଆଯାଇ ପାରିବ ନାହିଁ ସେତେବେଳେ ହାତରେ ଇଞ୍ଜେକ୍ସନ ନେଲେ ଏ ପ୍ରକାରର ଚିହ୍ନଁ ସୃଷ୍ଟି ହୋଇଥାଏ। ଏହା ହେଉଛି ଜଣେ ବ୍ୟକ୍ତି ଅସୁସ୍ଥ ଥିବାର ସଙ୍କେତ।

 

Show More

Related Articles

Back to top button