ଅପରାଧଓଡ଼ିଶାମୁଖ୍ୟ ଖବର

କଲରାପତରିଆ ବାଘର ଗଳିତ ମୃତଶରୀର ଉଦ୍ଧାର, ନଖ ଗାଏବ

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଏକ  କଲରାପତରିଆ ବାଘର ଗଳିତ ମୃତଶରୀର ଠାବ କରାଯାଇଛି। ବାଘଟିର ମୃତ୍ୟୁ କେବେ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ତାହା ଏବେ ପଚିବାକୁ ଲାଗିଲାଣି। ଶିକାରୀ ବାଘଟିକୁ ହତ୍ୟାକରି ନଖ କାଟି ନେଇଥିବା ସନ୍ଦେହ କରାଯାଉଛି । ଏନେଇ ବନ ବିଭାଗ ନିକଟରେ କିଛି ଖବର ନ ଥିବା ବେଳେ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ ଉଲୁଣ୍ଡାରୁ ବନ ବିଭାଗର ଅଧିକାରୀ ଜଙ୍ଗଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘଟିକୁ ବିଦ୍ୟୁତ୍‌ ତାର ସାହାଯ୍ୟରେ ଶିକାରୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ବାରମ୍ବାର ଉଲୁଣ୍ଡା ରେଂଜର ବିଭିନ୍ନ ସ୍ଥାନରେ ଏଭଳି ବନ୍ୟଜନ୍ତୁ ଶିକାର ହେଉଥିଲେବି ବନ ବିଭାଗ କିନ୍ତୁ ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ବନ ବିଭାଗ ଜାଣତରେ ଏସବୁ ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ। ଗତ ବର୍ଷ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାତୀ ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲ। ଏହାସତ୍ତ୍ୱେ ବି ତ୍ରୁଟି ସୁଧାରିବା ନାଁ ଧରୁନାହାନ୍ତି ବନ ବିଭାଗ । ବ୍ୟବଚ୍ଛେଦ ପରେ ବାଘଟିର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହେବ । ଏପରି ଘଟଣାକୁ ରୋକିବାକୁ ପାଟ୍ରୋଲିଂକୁ ଜୋରଦାର କରାଯାଉଥିବା ସୂଚନା ଦେଇଛନ୍ତି ଏସିଏଫ ।

Show More

Related Articles

Back to top button