Breaking PLUSଓଡ଼ିଶାମୁଖ୍ୟ ଖବର
ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍ ପଟୁ ପ୍ରବେଶ ଅନୁମତି ମିଳିଛି । ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିବେ ପର୍ଯ୍ୟଟକ । ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ି ଯାଇପାରିବ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ।
ଶିମିଳିପାଳରେ ରାତ୍ରି ଯାପନ କରିବାକୁ ହେଲେ ଅନ୍ଲାଇନ୍ରେ ବୁକିଂ କରି ପର୍ଯ୍ୟଟକମାନେ ରାତ୍ର ରହଣୀ କରିପାରିବେ । ଅଭୟାରଣ୍ୟ ଭିତରେ ପ୍ରବେଶ ସମୟରେ କୌଣସି ପର୍ଯ୍ୟଟକ ପ୍ଲାଷ୍ଟି ବୋତଲ ନେଇପାରିବେ ନାହିଁ । ପର୍ଯ୍ୟଟକଙ୍କୁ ଆକ୍ୱାଗାର୍ଡ ପାଣି ଯୋଗାଇ ଦିଆଯିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି ।