କେଏଲ୍ ରାହୁଲଙ୍କ ସହ ଆଥିଆଙ୍କ ବିବାହକୁ ନେଇ ନିଶ୍ଚିତ କଲେ ସୁନୀଲ ଶେଟ୍ଟୀ
ଦୀର୍ଘଦିନ ହେବ ସୋସିଆଲ ମିଡିଆରେ ରାହୁଲ ଏବଂ ଆଥିଆଙ୍କ ସମ୍ପର୍କ ବିଷୟରେ ଆଲୋଚନା ହେଉଛି । ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ ଭାରତୀୟ କ୍ରିକେଟ୍ ଟିମ୍ର ତାରକା କେଏଲ୍ ରାହୁଲ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ସୁନୀଲ ଶେଟ୍ଟୀ ନିଜେ ଝିଅ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ନିଶ୍ଚିତ କରିଛନ୍ତି।
ମିଳିଥିବା ଖବର ଅନୁଯାୟୀ, ନିକଟରେ ପ୍ରକାଶିତ ୱେବ୍ ଶୋ’ ଧାରାବୀ ବ୍ୟାଙ୍କ’ର ଲଞ୍ଚ୍ ଇଭେଣ୍ଟରେ ପାପାରାଜିଙ୍କ ସହ ବାର୍ତ୍ତାଳାପ ସମୟରେ ସୁନୀଲ ଶେଟ୍ଟୀ ଏହା ନିଶ୍ଚିତ କରିଛନ୍ତି। ଯେତେବେଳେ ପାପାରାଜି ସୁନୀଲଙ୍କୁ ପଚାରିଛନ୍ତି, ଆଥିଆ କେବେ ବିବାହ କରିବେ। କାରଣ ରାହୁଲଙ୍କ ବିଶ୍ୱକପ କାର୍ଯ୍ୟସୂଚୀ ସମାପ୍ତ ହୋଇଯାଇଛି। ସୁନୀଲ ଏହାର ଉତ୍ତରରେ କହିଛନ୍ତି, ‘ଖୁବଶୀଘ୍ର’ ହେବ।
ଗତ କିଛିଦିନ ପୂର୍ବରୁ ଅଭିନେତାଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଥିଲାବେଳେ, ସେ ଉତ୍ତର ରଖିଥିଲେ କି , ବିବାହ ପିଲାମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ସେତେବେଳେ ସୁନୀଲ କେଏଲ୍ ରାହୁଲଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ଦର୍ଶାଇ କହିଥିଲେ, ‘ଏସିଆ କପ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଯିବ। ତା’ପରେ ସାଉଥ୍ ଆଫ୍ରିକା ଯିବ। ଗୋଟିଏ ଦିନର ବିଶ୍ରାମ ପାଇବା ପରେ ସେମାନେ ବିବାହ କରିପାରିବେ ନାହିଁ । ତେବେ ଦେଖିବାକୁ ବାକି ରହିଲା କେବେ ଏହି ଯୋଡି ବିବାହ ହନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।