
କଲରା ପାଟିକୁ ପିତା ଲାଗିଥାଏ ସତ କିନ୍ତୁ ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା ଅଟେ । ଏହାକୁ ପ୍ରତିଦିନ ଖାଦ୍ୟରେ ଖାଦ୍ୟରେ ସାମିଲ୍ କରିବା ଉଚିତ୍ କିମ୍ବା ଏହାର ରସ ବା ଜୁସକୁ ପିଇବା ଉଚିତ୍ । କଲରାର ଅନେକ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ତେବେ କଲରା ଖାଇବା ଦ୍ୱାରା ଆମକୁ କଣ ମିଳିଥାଏ ଆସନ୍ତୁ ଜାଣିବା ।
1- କଲରାରେ ଫାଇବର ଗୁଣ ରହିଥିବାରୁ ଏହା ରସକୁ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ।
2-ପ୍ରତିଦିନ କଲରା ରସକୁ ପିଇବା ଦ୍ୱାରା ଶରୀରର ଓଜନରେ ମଧ୍ୟ ହ୍ରାସ ଘଟିଥାଏ ।
3- ସେହିପରି କଲରା ଖାଇବା ଦ୍ୱାରା ରକ୍ତ ସଂଚାଳନ ସକ୍ରିୟ ହୋଇଥାଏ ।
4- ହୃଦ ଜନିତ ସମସ୍ୟାରୁ ମଧ୍ୟ କଲରା ମଧ୍ୟ ରକ୍ଷା କରିଥାଏ ।
5-କଲରା ଖାଇବା ସହ କଲରା ପତ୍ରକୁ ପାଣି ଫୁଟାଇ ତା’ର ପାଣିକୁ ସେବନ କଲେ ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିଥାଏ ।
6-ଯଦି ଆପଣଙ୍କ ପାଚନ ଶକ୍ତି ଦୁର୍ବଳ ଅଛି ତେବେ କଲରା ଖାଆନ୍ତୁ । ଏହା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ ।
7-କଲରାରେ ଅଧିକ ପରିମାଣରେ କ୍ୟାଲସିୟମ ଥାଏ, ତେଣୁ ଏହାକୁ ଖାଇଲେ ହାଡ଼ ମଜବୁତ ହୋଇଥାଏ ।
8-ମଧୁମେହ ରୋଗୀଙ୍କ ପାଇଁ କଲରା ଏକ ମହୋଷଧୀ ପରି କାମ କରିଥାଏ ।
ତେଣୁ କଲରା ଖାଆନ୍ତୁ ,ସବୁ ରୋଗଠାରୁ ଦୂରେଇ ରୁହନ୍ତୁ ।