ଭୋଟ ଗଣତି ବେଳେ ଆଗରେ ରହିଛି ବିଜୁ ଜନତା ଦଳ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରଥମ ରାଉଣ୍ଡରେ ବିଜୁ ଜନତା ଦଳ ଆଗରେ ରହିଛି
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରଥମ ରାଉଣ୍ଡରେ ବିଜୁ ଜନତା ଦଳ ଆଗରେ ରହିଛି । ଜନତା ଯାହା ଆଶା କରୁଥିଲେ ସାଇୟା ହିଁ ହେଲା । ତିନିଦିନ ଧରି ଗଣତି ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ଗଣତିରେ ବିଜେଡି ଆଗୁଆ ଅଛି ବୋଲି ଜଣାପଡିଛି । ପ୍ରଥମେ ୱାର୍ଡମେମ୍ୱର, ପରେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଭୋଟ ଗଣତି କରାଯାଉଛି । ଆଜି ୩୫୧ ଜିଲ୍ଳା ପରିଷଦ ଜୋନ ପାଇଁ ଗଣତି ହେବାର ଥିବାବେଳେ ଆସନ୍ତାକାଲି ୩୦୭ ଜୋନରେ ଗଣତି କରାଯିବ । ଅପରପକ୍ଷରେ ୨୮ରେ ୨୨୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେବବୋଲି ଜଣାପଡ଼ିଛି ।
ବାଲାଟ ବକ୍ସକୁ କଡ଼ା ସୁରକ୍ଷା ଭାବରେ ଭୋଟ ଗଣତି କେନ୍ଦ୍ରକୁ ନିଆଯାଇଛି । ସେଠାରେ ଏଜେଂଟମାନଙ୍କ ଉପସ୍ଥିତିରେ ବାଲାଟ ବକ୍ସ ଖୋଲାଯାଇଥିଲା । ବାଲାଟ ବକ୍ସରେ ଥିବା ଭୋଟ କାଗଜଗୁଡ଼ିକୁ ରଙ୍ଗ ଅନୁସାରେ ସଜଡ଼ା ଯାଇ ଗଣତି ଆରମ୍ଭ ହୋଇଯାଇଛି । ଗୋଟିଏ ଟେବୁଲରେ ଜଣେ କାଉଂଟିଂ ସୁପରଭାଇଜର, ଦୁଇଜଣ ଆସିଷ୍ଟାଂଟ କାଉଂଟିଂ ଅଫିସର ଓ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିଛନ୍ତି । ବହୁତ କଡାକଡି ସୁରକ୍ଷାର ସହିତ ଭୋଟ ଗଣତି ପଦ୍ଧତି ଚାଲିଛି । କୌଣସି ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ କଡାକଡି ନଜର ରଖାଯାଇଛି । ସେଥିରୁ ଯାହା ଜଣାପଡିଛି ଯେ, ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ଆଗରେ ଅଛି ।