Breaking PLUSଅପରାଧଦୁର୍ଘଟଣାଦେଶମୁଖ୍ୟ ଖବର
ଇଲେକ୍ଟ୍ରୀ ଖୁଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ନିଜ ସାର୍ଟକୁ ବେକରେ ଲଗାଇ ଯୁବକ ଜଣଙ୍କ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି।

ବଲାଙ୍ଗୀର: ଇଲେକ୍ଟ୍ରୀ ପୋଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗୀର ସହର କନ୍ଧପାଲି ସଦେଇପାଲି ରାସ୍ତାରେ ଥିବା ଏକ ଇଲେକ୍ଟ୍ରୀ ପୋଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିଜ ସାର୍ଟକୁ ବେକରେ ଲଗାଇ ଯୁବକ ଜଣଙ୍କ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ଏହି ଯୁବକ ଜଣଙ୍କ କିଏ ଏବଂ କାହିଁକି ଏଠାକୁ ଆସିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଯୁବକ ଜଣଙ୍କ ନିଜେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ସେଠାରେ କିଏ ହତ୍ୟାକରି ଝୁଲାଇ ଦେଇଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।