Breaking PLUSଓଡ଼ିଶାମୁଖ୍ୟ ଖବର

ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଟିମ୍

ବାତ୍ୟା 'ୟାସ'‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ | ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚିବେ | ପ୍ରଥମେ ଗୋପବନ୍ଧୁ ନଗର ବ୍ଲକ କୁଆମରା ଅଂଚଳକୁ ଟିମ ଯିବ | ଏହା ପରେ କୁଆମରା ପୁଲିସ ଆଉଟ ପୋଷ୍ଟ ବୁଲିବାପରେ ଖୁଣ୍ଟା ବ୍ଲକର ବିଶିପୁର ଅଂଚଳକୁ ପରିଦର୍ଶନ କରିବେ |

ବାତ୍ୟା ‘ୟାସ’‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ | ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚିବେ | ପ୍ରଥମେ ଗୋପବନ୍ଧୁ ନଗର ବ୍ଲକ କୁଆମରା ଅଂଚଳକୁ ଟିମ ଯିବ | ଏହା ପରେ କୁଆମରା ପୁଲିସ ଆଉଟ ପୋଷ୍ଟ ବୁଲିବାପରେ ଖୁଣ୍ଟା ବ୍ଲକର ବିଶିପୁର ଅଂଚଳକୁ ପରିଦର୍ଶନ କରିବେ |

ପରେ ଖୁଣ୍ଟା ବ୍ଲକ ବିଶିପୁର ଗ୍ରାମ ପଂଚାୟତ ୟୁପି ସ୍କୁଲ ବିଲ୍ଡିଂକୁ ଅନୁଧ୍ୟାନ କରିବେ | ତା ପରେ ଉଦଳା ବ୍ଲକ ଯାଇ ସେଠାରେ ୟାସରେ କ୍ଷତି ଘଟିଥିବା ସମ୍ପର୍କରେ ଆଲୋଚନା କରିବା ସହ ଉଦଳା ବ୍ଲକ ଦୁତିକାଦେଇପୁର ଅଂଚଳରେ ନଷ୍ଟ ହୋଇଥିବା ଘର ଦେଖିବେ |

ଏହା ପରେ ଉଦଳାରୁ ବାରିପଦା ଯିବେ ଓ ବାରିପଦାରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାପରେ ବାରିପଦା ଛଉ ପଡିଆରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି |

Show More

Related Articles

Back to top button