Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାନସଭା ଅଧିବେଶନ ବସିବା ପୂର୍ବରୁ ଆଜିଠାରୁ ବିଧାନସଭା ପରିସର ମଧ୍ୟରେ ହେବ କରୋନା ପରୀକ୍ଷା

ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି

ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନ ୪୦୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କର କରୋନା ପରୀକ୍ଷା ହେବ।

ରବିବାର ଓ ସୋମବାର ମନ୍ତ୍ରୀ, ବିଧାୟକ, ସେମାନଙ୍କ ପିଏସଓ ଓ ଡ୍ରାଇଭରଙ୍କ ପରୀକ୍ଷା ହେବ। ରବିବାର ୩୦୦ ଜଣଙ୍କର, ସୋମବାର ପ୍ରାୟ ୨୫୦ ଜଣ କିମ୍ବା ବଳକା ଲୋକଙ୍କର କରୋନା ପରୀକ୍ଷା ହେବ। ଏଥିପାଇଁ ୭ଟି ଟିମ୍ ଗଠନ ହୋଇଛି । ଏହି ଟିମ୍ ଶନିବାର ଦୁଇ ଓଳି କରୋନା ନମୁନା ସଂଗ୍ରହ କରିବେ, ବାକି ଦୁଇଦିନ ଗୋଟିଏ ଓଳି ନମୁନା ସଂଗ୍ରହ ହେବ । ସମସ୍ତ ନମୁନା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସଂଗ୍ରହ ହେବ।

Show More

Related Articles

Back to top button